ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ମହିଳା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ଅତି ଉତ୍ସାହର ସହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପ୍ରତିମା ରାଣୀ ଦାସ ଜିଲ୍ଲା ସୁରକ୍ଷା ଅଧିକାରୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସମ୍ମାନିତ ଅତିଥି ଭାବେ ଡକ୍ଟର ଅର୍ଚନା ପଟ୍ଟନାୟକ ଅଧ୍ୟକ୍ଷା ମହିଳା ମହାବିଦ୍ୟାଳୟ,ଡକ୍ଟର କେ ସ୍ଵଧାରାଣୀ ରାଜନୀତି ଅଧ୍ୟାପକ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ଶ୍ରୀ କୈଲାଶ ଚନ୍ଦ୍ର ସାହୁ ଅଧ୍ୟାପକ, ଶ୍ରୀ ବଳରାମ ତୁଳ ଇତିହାସ ଅଧ୍ୟାପକ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମ କୁ ଶ୍ରୀ ଦିବାକର ପରିଚ୍ଛା ଜିଲ୍ଲା ସଂଯୋଜକ ସଂକଳ୍ପ ହବ, ପରିଚାଳନା କରିଥିଲେ । ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ,ମହିଳା ମହାବିଦ୍ୟାଳୟ ତଥା ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ନିଜର ଅଭିଭାଷଣ ରେ ଅର୍ଚନା ପଟ୍ଟନାୟକ ଅଧ୍ୟକ୍ଷା ମହିଳା ମହାବିଦ୍ୟାଳୟ କହିଥିଲେ ଯେ ଶିକ୍ଷା ସବୁଠାରୁ ମହାନ, ଚାରିଟ୍ରିକ ଶିକ୍ଷା ତା ଠାରୁ ଅଧିକ ମହାନ ଓ ବ୍ୟବହାରିକ ଶିକ୍ଷା ତ ଠାରୁ ମଧ୍ୟ ଅତ୍ୟଧିକ ମହାନ । କେଉଁ ଜାଗାକୁ ଯିବା ଉଚିତ କେଉଁ ଜାଗାକୁ ନ ଯିବା ଉଚିତ ଜାଣିବା କଥା । ନିଜର ଅଭିଭାଷଣ ରେ କେ ସ୍ଵଧାରଣୀ ନିଜକୁ ଶିକ୍ଷିତ,ସଶକ୍ତ ହେବାକୁ ପରାମର୍ଶ ଦେଇଥିଲେ । ଶ୍ରୀମତୀ ପ୍ରତିମା ରାଣୀ ଦାସ, ନାରୀ କେନ୍ଦ୍ରିକ ଯୋଜନା, ଆଇନ ରେ ଥିବା ଅଧିନିୟମ ଗୁଡିକ ପ୍ରାଞ୍ଜଳ ଭାବରେ ବୁଝେଇଥିଲେ। କଳା, କ୍ରିଡା ଓ ଶିକ୍ଷା କ୍ଷେତ୍ରର ତିନି ତିନି ଜଣ କୃତୀ ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରୋଫ଼ି ପ୍ରଦାନ କରାଯାଇଥିଲା । କାର୍ଯକ୍ରମ ଶେଷରେ ଶ୍ରୀମତୀ ପ୍ରତିମା ରାଣୀ ଦାସ ଲୈଙ୍ଗିକ ଭେଦଭାବ ଦୂର କରିବା ପାଇ ଏକ ଶପଥ ପାଠ କରାଇଥିଲେ । ମହିଳା ମହାବିଦ୍ୟାଳୟ ରାୟଗଡ଼ା ଇତିହାସ ଅଧ୍ୟାପକ ଶ୍ରୀ ବଳରାମ ତୁଳ ସମସ୍ତ ଅତିଥି ତଥା ଉପସ୍ଥିତ ଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.