ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରୁ ଏହା ଆରମ୍ଭ ହୋଇ ହୋଇ ନଳିନୀ ଛକ, ବସଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ମଝିପଡା, ଫକୀର ପଟ୍ଟନାୟକ ଛକ, ପର୍ଶୁରାମ ଛକ ଦେଇ ଏହା ସୋନପୁର ମହାବିଦ୍ୟାଳୟ ଠାରେ ପହଞ୍ଚିଥିଲା। ପ୍ରଥମେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ପଦଯାତ୍ରାର ସମସ୍ତ ଅଂଶ ଗ୍ରହଣ କରିଥିବା ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ଏକତାର ସତ୍ୟପାଠ କରାଇଥିଲେ। ତାପରେ ଜିଲ୍ଲାପାଳ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶପଥ ପାଠ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସୋନପୁର ପୌରଧ୍ୟକ୍ଷା ତାମସୀ ତମସ୍ମିତା ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ ଆଡିଶିନାଲ ଏସପି କେ.କେ ହରିପ୍ରସାଦ, ଡିଏସପି ରେଣୁକା ସୁନା, ଲେଫ୍ଟନାନ୍ଟ ଆଶିଷ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପଦଯାତ୍ରା ସୋନପୁର ମହାବିଦ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଗ୍ରାମ୍ୟ ଯୁବ ଏକତା ଶିବିର ଆୟୋଜିତ ହୋଇଥିଲା ଏଥିରେ ଗୋଷ୍ଠୀ ଆଲୋଚନା, ପ୍ରେରଣା ଦାୟକ ଅଧିବେଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର କୁମାର ମିଶ୍ର, ଡିପିଓ, ଏନ୍ଏସଏସ ନୋଡାଲ ଅଫିସର ଭାବେ ଦାୟିତ୍ଵ ତୁଲାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.