ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ କଳାହାଣ୍ଡି ଜିଲ୍ଲାର ସଫଳତା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ କଳାହାଣ୍ଡି ଜିଲ୍ଲାର ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ମାନେ ସଫଳତା ହାସଲ କରିଛନ୍ତି। ଏହି ଶିବିରରେ କଳାହାଣ୍ଡି ଜିଲ୍ଲାର ଯୁବ ରେଡକ୍ରସ୍ ଆବାହକ ସମ୍ପାଦକ ସଂଜୀବ କୁମାର ସାହୁଙ୍କ ନେତୃତ୍ୱରେ ପରାମର୍ଶଦାତା ଡ. ନୃସିଂହାନନ୍ଦ ସାସମଲ, ସଞ୍ଜୀବ କୁମାର ସଗରିଆ, ସେତୁରାମ ନାଏକ ଏବଂ ଦୁଇଟି ଜିଲ୍ଳା ସ୍ତରୀୟ ଶିବିରରୁ ମନୋନୀତ ହୋଇଥିବା ବିଭିନ୍ନ ମହାବିଦ୍ୟାଳୟର ୧୨ ଜଣ ସ୍ଵେଚ୍ଛାସେବୀ ଛାତ୍ର-ଛାତ୍ରୀ ଅଂଶ ଗ୍ରହଣ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମ.ରାମପୁର ମହାବିଦ୍ୟାଳୟ ଛାତ୍ର ମୁକେଶ ହରିଜନ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ, ସ୍ନାତକ ମହାବିଦ୍ୟାଳୟ , ମହାଲିଙ୍ଗ ର ଛାତ୍ର ଶରତ କୁମାର ତାଣ୍ଡି  ପାରମ୍ପରିକ ପୋଷାକ ପରିଧାନ ପ୍ରତିଯୋଗିତାରେ ଦ୍ୱିତୀୟ ଓ ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ, ଜୟପାଟଣାର ଛାତ୍ରୀ ତନୁଜା ହରିଜନ ତର୍କ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ଶିବିରର ଉଦଯାପନୀ ଉତ୍ସବରେ ପୁରସ୍କୃତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସର ଏହି ସଫଳତା ପାଇଁ ମା ମାଣିକେଶ୍ବରୀ ବିଶ୍ବ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ, କୁଳସଚିବ ଡ. ଗୁଣନିଧି ନାଏକ, ଉପ କୁଳସଚିବ ଡ. ଜୟଦେବ ସାହୁ, ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଏବଂ ବିଭିନ୍ନ ମହାବିଦ୍ୟାଳୟର ଅଧକ୍ଷ ତଥା ଯୁବ ରେଡକ୍ରସ ପରାମର୍ଶଦାତା ମାନେ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.