ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ GIETU ପରିସର MBA ବ୍ଲକ ସଭାଗୃହ ଠାରେ ଯୋଷେପ ଯୋହସନ ବାରା ମେମୋରିଆଲ ଟ୍ରଷ୍ଟ ତରଫରୁ ନେତାଜୀ ଜୟନ୍ତୀ ଓ ସରସ୍ବତୀ ପୂଜା ଅନୁଷ୍ଠିତ | ଏହାରି ଉପଲକ୍ଷେ ଭାରତ ସରକାର ଙ୍କ ଲୋକସଭା ପାର୍ଲ୍ୟାମେଣ୍ଟ ଯୁଗ୍ମ ସମ୍ପାଦକ ଶ୍ରୀ ତ୍ରିର୍ଥଙ୍କର ଦାସ,GIETU ର ସଂସ୍ଥାପକ ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, କାର୍ଯ୍ୟକ୍ରମ ଆୟୋଜକ ବରିଷ୍ଠ ସାମ୍ବାଦିକ ସମାଜ ସୁଧାରକ ଯୁଗ୍ମ ସମ୍ପାଦକ ଭାରତୀୟ ମାନବାଧିକାର ପ୍ରେସ କ୍ଲବ ମେମ୍ବର ସାରା ପୃଥିବୀ କଲ୍ୟାଣ କାରୀ ମୂଳଧାରକ କର୍ମୀ ତଥା ଅଧକ୍ଷ ଜେ ଜେ ବି ଏମ ଟି ର ଶ୍ରୀ ଅନୁବ୍ରତ ବାରା ପ୍ରମୁଖ ମଞ୍ଚାସିନ ରହିଥିଲେ | ଏହି ଅବସରରେ ଶ୍ରୀ ଦାସ ଶିକ୍ଷା ଏକ ମୂଳ ଦୁଆ ଏହାକୁ ଯିଏ ମଧ୍ୟ ଆପଣାଉଛି ସେ ଏକ ଉଛ ପଦସ୍ତ ଅଧିକାରୀ ରୂପେ ପରିଗଣିତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ | ପୁଣି ଶ୍ରୀ ଡ଼ଃ ପଣ୍ଡା ଆମେ ଦେଶର ହିତ ପାଇଁ ମଣିଷ ତିଆରି କାରଖାନା ଟିଏ ତିଆର କରି ନିଜକୁ ଧନ୍ୟ ମନେ କରୁଅଛୁ ବୋଲି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହି ଅବସରରେ ଶ୍ରୀ ବାରା ମୁଁ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରି ନିଜକୁ ଓ ନିଜ ଅନୁଷ୍ଠାନ କୁ ଆହୁରି ଆଗକୁ ନେବା ନିମନ୍ତେ ଏକ ବିରାଟ ସୁଯୋଗ ପାଇପାରିଛି ବୋଲି କହିଥିଲେ |





