ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ସିନାପାଲି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ 

ଓଡ଼ିଆ ବାର୍ତ୍ତା/ ସିନାପାଲି (ଲକ୍ଷ୍ମୀକାନ୍ତ ହଂସ): ସାଧାରଣତନ୍ତ୍ର ଦିବସକୁ ଗରୀମାମୟ ଓ ସଫଳ ଭାବରେ ପାଳନ କରିବା ଉଦ୍ଦେଶ୍ୟରେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ସିନାପାଲି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ସଂଘର ଅଧ୍ୟକ୍ଷ  ଜଗନ୍ନାଥ ସାଗରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସଂଘର ସାମ୍ବାଦିକମାନେ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ ପାଳନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି, କାର୍ଯ୍ୟ ଓ ଦେଶଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜନ ନେ଼ଇ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ। ସଭାରେ ଦେଶ ପ୍ରେମ, ଜାତୀୟ ଏକତା ଓ ସମାଜ ପ୍ରତି ସାମ୍ବାଦିକଙ୍କ ଦାୟିତ୍ଵ ବିଷୟରେ ଆଲୋଚନା ହୋଇଥିଲା ଓ ସାମୂହିକ ସହଯୋଗ ମାଧ୍ୟମରେ କାର୍ଯ୍ୟକ୍ରମକୁ ସଫଳ କରିବା ଉପରେ ଜୋର ଦିଆଯାଇଥିଲା। ଏହି ବୈଠକରେ ସଂଘର ସଭାପତି ବିଘ୍ନରାଜ ତାଣ୍ଡିଙ୍କ ସମେତ ବନବିହାରୀ ମେହେର, ପରମେଶ୍ବର ମେହେର, ଚିନ୍ତାମଣି ନେତାମ, ଗୟାଧର ମେହେର ଏବଂ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ। ଶେଷରେ ପରମେଶ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.