ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ବାର୍ଷିକଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ପୁରୁଷୋତ୍ତମପୁର ସହର ସ୍ଥିତ ନୀଳକଣ୍ଠ ନଗର ରେ ଅବସ୍ତିତ ଅକ୍ସଫୋର୍ଡ ଇଂଲିଶ ପବ୍ଲିକ ସ୍କୁଲର ବାର୍ଷିକଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସ୍କୁଲ ର ଅଧକ୍ଷ ରବୀନ୍ଦ୍ର କୁମାର ପଣ୍ଡାଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ଏହିକାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଏନ୍.ଏ.ସି. ଅଧ୍ଯକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷା ଅଧୂକାରୀ ବିଜୟ ଚନ୍ଦ୍ର ବେହେରା ଓ ଭକ୍ତ ବତ୍ସଳ ଜାନି ମଞ୍ଚାସିନ ଥିଲେ। ତତ ସହିତ କନକା ସି.ଆର.ସି.ସି. ହେମନ୍ତ କୁମାର ବେହେରା, ଆଛୁଲି ସି.ଆର.ସି.ସି. ମନୋଜ କୁମାର ପଣ୍ଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ଗୌଡଉପସ୍ଥିତ ଥିଲେ। ଅତିଥୂମାନେ ନିଜ ନିଜର ଅଭିଭାଷଣ ରେଛାତ୍ର, ଛାତ୍ରୀଙ୍କୁ ଶିକ୍ଷାର ଗୁରୁତ୍ଵ ଓ ଛାତ୍ରଛାତ୍ରୀଙ୍କ ସଂସ୍କାର ମୂଳକ ଶିକ୍ଷା ଦାନ ସହିତ ସେମାନଙ୍କ ବିକାଶ ଉପରେ ଗୁରତ୍ୱ ଦେଇଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ମାନ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ର, ଛାତ୍ରୀ ଙ୍କ ନୃତ୍ୟ ଗୀତ କାର୍ଯ୍ୟକ୍ରମ ସମସ୍ତଙ୍କୁ ଅଧୂକ ଆକର୍ଷଣୀୟ କରିଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓଷ୍ଟାଫ ସମ୍ପୂର୍ଣ ରୂପେ ସହଯୋଗ କରିଥିଲେ | ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଈ ସଭା ସାଙ୍ଗ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.