ତାରା ତାରିଣୀଙ୍କ ପୀଠରେ ପଞ୍ଚାୟତ ସ୍ତରୀୟ ଇସି ମେମ୍ବରଙ୍କ ବଣଭୋଜୀ ଓ ବିଭିନ୍ନ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକର ପଞ୍ଚାୟତ ସ୍ତରୀୟ ଇସି ମେମ୍ବରଙ୍କ ନୁଆଁ ବର୍ଷରେ ଗଞ୍ଜାମର ଅଧିଷ୍ଠିତ ଦେବୀ ମାଆ ତାରା ତାରିଣୀ ଙ୍କ ପୀଠରେ ସମସ୍ତ ସଦସ୍ୟା ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଓ ବୈଠକ ଓ ବାଣଭୋଜୀ ର କାର୍ଯ୍ୟକ୍ରମ ଇସି ସଭାପତି ମମତା ପ୍ରଧାନ ଓ ବି ଏଲ ଏଫ ର ସମ୍ପାଦିକା ମୋହିନୀ ନାୟକ ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି |

ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ବ୍ଳକ ବିଡ଼ିଓ ଶରତ କୁମାର ପାତ୍ର, ସମାଜସେଵୀ ନିର୍ମଳ ଚନ୍ଦ୍ର ସାହୁ, ବ୍ଳକ ଅଧକ୍ଷା ଶ୍ରୀମତୀ ପିଙ୍କି ବେହେରା, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ଅଧକ୍ଷ ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ବ୍ଲକ ବି ପି ଏମ ମିନେନ୍ଦ୍ର ଦଳେଇ, ରାଇପୁର ସରପଞ୍ଚ ନମିତା ବେହେରା, ସମିତି ସଭ୍ୟା ଉଷାରାଣି ବେହେରା, ମଞ୍ଚାସିନ ଥିଲେ | ସେମାନଙ୍କୁ ଆୟୋଜକ ମାନେ ଉତ୍ତରୀୟ ଓପୁଷ୍ପ ଗୁଚ୍ଛ ଦେଈ ସ୍ୱାଗତ କରିଥିଲେ |

ବୈଠକ ଆରମ୍ଭ ରେ ବିଡ଼ିଓ ଇସି ମେମ୍ବର ମାନଙ୍କ ସବୁ ଅସୁବିଧା ଓ ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ମତ ଦେଇଥିଲା ବେଳେ, ସେମାନଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭା ର ବିକାଶ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ | ଅନ୍ୟ ଅତିଥି ମାନେ ମଧ୍ୟ ଏସି ମେମ୍ବର ଙ୍କ ଭଲ ମନ୍ଦ, ସେମାନଙ୍କ ଜୀବନ ଶୈଳୀ ଉପରେ ଅନୁରୂପ ମତ ଦେଇଥିଲେ |

ବୈଠକ ପୂର୍ବରୁ ଇସି ସଦସ୍ୟା ଙ୍କ ମଧ୍ୟରେ ବିଭିନ୍ନପ୍ରତିଯୋଗୀତା ଯଥା ସଙ୍ଗୀତ ଗାନ, ନୃତ୍ୟ, ଜୀବନ ର ଅନୁଭୂତି, ମିଉଜିକ ଚେୟାର, ଇତ୍ୟାଦି ଇଭେଣ୍ଟ ର ଆୟୋଜନ କରାଯାଇଥିଲା | ଏବଂ ସେମାନଙ୍କ ମଧ୍ୟରୁ କୃତୀ ପ୍ରତିଯୋଗୀ ମହିଳା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନ ପତ୍ର ଓ ଉପଢୌକନ ଓ ସିଲ ପ୍ରଦାନ କରାଯାଇଥିଲା ସେହିପରି ଦୁଇ ବରିଷ୍ଟ ସାମ୍ବାଦିକ ସେମାନଙ୍କ ସହଯୋଗ ଓ ସେବା ପ୍ରଦାନ ପାଈଁ ପ୍ରସନ୍ନ କୁମାର ଦାଶ ଓ ସୁରେନ୍ଦ୍ର ମହାନ୍ତିଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ ଓ ସିଲ ପ୍ରଦାନ କରାଯାଇଥିଲା |

ଅନ୍ୟ ଅତିଥି ବିଶେଷ କରି ମାଜିଲା ସରପଞ୍ଚ ଓ ବ୍ଲକ ଅଧକ୍ଷା ପ୍ରତିବର୍ଷ ଏପରି ଏହି ବୈଠକ ଅନୁଷ୍ଠିତ କଲେ ମହିଳା ମାନେ ବହୁତ କିଛି ଶିକ୍ଷା କରି ପାରିବେ ବୋଲି ମତ ଦେଈଏହି କାର୍ଯ୍ୟକ୍ରମରେ ବ୍ଳକ ଏ ଈ ଓ ନାଗଭୂଷଣ ଯାଦବ ବ୍ଳକ ଜିପିଓ ମୀନ କେତନ ବେହେରା ଅଧିକାଂଶ ପଞ୍ଚାୟତ ର ସରପଞ୍ଚ, ସମିତି ସଭା ଏବଂ ବ୍ଳକର ଅଧିକାଂଶ ପିଓ ଓଷ୍ଟାଫ ଓ ରାଇପୁର ପଞ୍ଚାୟତ ର ବହୁତ ଯୁବକ ତଥା ସରପଞ୍ଚ ପ୍ରତିନିଧି ବିଚିତ୍ର ବେହେରା, ସନ୍ତୋଷ ବେହେରା, ଶିବ ବେହେରା ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.