ଖେଳ ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗ ଶୀତଳ ଭଣ୍ଡାରରେ: ଅବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ବିଗତ ସରକାରଙ୍କ ଅମଳରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗତ ୨୦୨୩-୨୪ ମସିହାରେ ପ୍ରତି ପଂଚାୟତ ରେ ଖେଳ ସାମଗ୍ରୀ କିଣା ଯିବାକୁ ଅଢେଇ ଲକ୍ଷ ଟଙ୍କା ଲେଖାଏ ସମ୍ପୃକ୍ତ ବ୍ଲକ ମାନଙ୍କୁ ମଞ୍ଜୁର କରାଯାଇଥିଲା । ଏହି କ୍ରମରେ ଜୁନାଗଡ ବ୍ଲକର ୩୪ ଗୋଟି ଗ୍ରାମ ପଂଚାୟତ କୁ ଅଢେଇ ଲକ୍ଷ ଟଙ୍କା ହିସାବରେ ପରେ ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଜୁନାଗଡ ବ୍ଲକ ତରଫରୁ ଖେଳ ସାମଗ୍ରୀ କିଣା କାରବାର ରେ ବ୍ୟାପକ ଅନିୟମିତତା କରାଯାଇ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଥିଲା । ପ୍ରତି ପଂଚାୟତ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ରେ ଖେଳ ସାମଗ୍ରୀ କିଣାଯିବାର ବ୍ୟବସ୍ଥା ଥିବା ବେଳେ ସମଗ୍ର ପଂଚାୟତ ପାଇଁ ଜୁନାଗଡ ବ୍ଲକ ପକ୍ଷରୁ କେବଳ କାଗଜ ପତ୍ର ରେ ହିଁ ଟେଣ୍ଡର କରାଯାଇ ପଡୋଶୀ ଛତିଶଗଡ ରାଜ୍ୟର ରାୟପୁର ଏମ ଜି ରୋଡ଼ ସ୍ଥିତ ଖେଳ ସାମଗ୍ରୀ ଯୋଗାଣ ସଂସ୍ଥା Surana Store ନାମରେ ବିଲ ଭାଉଚର କରାଯାଇ ଅଳ୍ପ କିଛି ଖେଳ ସାମଗ୍ରୀ ଲେଖାଏ ପଂଚାୟତ ମାନଙ୍କୁ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ସମ୍ପର୍କରେ ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇ ରାଜ୍ୟ ଭିଜିଲାନ୍ସ ବିଭାଗ ରେ ଅଭିଯୋଗ ହେବା ପରେ  KPT/PPR/10/2025 ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି । ଭିଜିଲାନ୍ସ ତଦନ୍ତକରି ପଦାଧିକାରୀ ମାନଙ୍କ ପକ୍ଷରୁ ଜୁନାଗଡ ବ୍ଲକ ର ବିଭିନ୍ନ ପଂଚାୟତ କୁ ଯାଇ ତଦନ୍ତ ଚାଲିଥିବା ଜଣାପଡିଛି । ଇତି ମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିବା ବେଳେ ତଦନ୍ତ ପ୍ରକ୍ରିୟା ଧିମେଇ ଯାଇଥିବା ହେତୁ ଅବେଦନକାରୀ ଙ୍କ ପକ୍ଷରୁ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ପ୍ରକାଶ । ସମଗ୍ର ଜିଲ୍ଲାରେ ଏଭଳି ଅନେକ ବ୍ଲକ ରେ ଖେଳ ସାମଗ୍ରୀ କିଣା କରବାର ରେ ବ୍ୟାପକ ହରିଲୁଟ ସମ୍ପର୍କରେ ଅଭିଯୋଗ ହେଉଥିବା ବେଳେ ଜୁନାଗଡ ବ୍ଲକ ର ଘଟଣା ସମ୍ପର୍କରେ ସେଭଲଇ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ହେତୁ ଆବେଦନ କାରୀ ଙ୍କ ପକ୍ଷରୁ ମାନ୍ୟବର ହାଇକୋର୍ଟ ଙ୍କ ଦ୍ଵାରସ୍ଥ ହୋଇଥିବା ଜଣାପଡିଛି । ମାନ୍ୟବର ହାଇକୋର୍ଟ ଉକ୍ତ ଘଟନା କୁ ବିଚାର ପାଇ ଗ୍ରହଣ କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.