ବାଲୁଗାଁ ମହାବିଦ୍ୟାଳୟ‌ର ଇଂରାଜୀ ସାହିତ୍ଯିକ ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଏବଂ ନୂତନ ଅଧ୍ୟାପକଙ୍କୁ ସ୍ବାଗତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ବାଲୁଗାଁ ମହାବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ଇଂରାଜୀ ସାହିତ୍ୟିକ ସମିତିର ବାର୍ଷିକ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଡଃ ଜୟନ୍ତୀ ସାମଲ, ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ, ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚ଼ନ୍ଦ୍ର ମହାରଣା, ବିଭାଗୀୟ ମୁଖ୍ୟ ଡଃ ମୋନାଲିସା ମାନସିଂହ, ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀମତୀ ରୀନା ରାଉତ, ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀ ପତିତପାବନ ପଣ୍ଡା ପ୍ରମୁଖ ଯୋଗଦେଇ ଇଂରାଜୀ ଭାଷା ସାହିତ୍ୟର ପ୍ରାଧାନ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚ଼ନା କରିବା ସହ ଛାତ୍ରଛାତ୍ରୀ ମାନେ ଇଂରାଜୀ ଭାଷା ସାହିତ୍ୟ ସୃଜନ ଦିଗରେ ଅଧିକ ଅଗ୍ରଣୀ ହେବାପାଇଁ ନୂତନ ଦିଗଦର୍ଶନ ପ୍ରଦାନ କରିଥିଲେ।ଏହି ଉତ୍ସବ ନିମନ୍ତେ ଆୟୋଜିତ ହୋଇଥିବା ଇଂରାଜୀ ଲିଖନ ଶୈଳୀ, ପଠନ ଶୈଳୀ, କଥନ ଶୈଳୀ, ଶ୍ରବଣ ଶୈଳୀ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ଇଂରାଜୀ ବିଭାଗରେ ନୂତନ ଭାବେ ଯୋଗଦେଇଥିବା ଅଧ୍ୟାପକ ଶ୍ରୀ ଶନି ସୌମ୍ୟ ଦର୍ଶନଙ୍କୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ “ଲିଟେରଚ଼ର ଇନ୍ କଣ୍ଟେମ୍ପୋରାରି ସୋସାଇଟି” ବିଷୟରେ ଛାତ୍ରଛାତ୍ରୀମାନେ ଉପସ୍ଥାପନା ପ୍ରଦାନ କରିବା ସହ ଏହାର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.