ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଦୌରା ଜଜ ଙ୍କ ଅଫିସ ପରିସରରେ ତୃତୀୟ ଲିଙ୍ଗୀ ଙ୍କ ଅଧିକାର ଉପରେ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଲିଗାଲ ସର୍ଭିସ ଅଥରିଟିର ସମ୍ପାଦିକା ସ୍ନିଗଧା ପଣ୍ଡା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, ଡିଫେନ୍ସ କାଉନସିଲର ସଞ୍ଜୟ କୁମାର ବେହେରା, ରିଟେନର ପ୍ରକାଶ ସାହୁ, ଆସିଷ୍ଟାଣ୍ଟ ଡିଫେନ୍ସ କାଉନସିଲର ଅଭିଷେକ ଭୋଇ ପ୍ରମୁଖ ଯୋଗଦାନ କରି ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ରହିଥିବା ଆଇନଗତ ଅଧିକାର ଗୁଡ଼ିକ ଉପରେ ବିସ୍ତୃତ ଭାବରେ ବୁଝାଇ ଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଈଶ୍ବରଙ୍କ ସୃଷ୍ଟିର ଅମୃତ ସନ୍ତାନ କିନ୍ନର ମାନଙ୍କ ଉପରେ ସମାଜରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଆକ୍ରମଣ ହୋଇଥାଏ। ସାମାଜିକ ସ୍ତରରେ ଏମାନଙ୍କୁ ଘୃଣା ଚକ୍ଷୁରେ ଦେଖା ଯାଇଥାଏ। ସମାଜରେ ଏମାନଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଆଇନ ପ୍ରଣୟନ କରିଛନ୍ତି। ତୃତୀୟ ଲିଙ୍ଗୀ ମାନଙ୍କୁ ସଚେତନ କରିବା ପାଇଁ ଭବାନୀପାଟଣାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଅନେକ କିନ୍ନର ଏହି କର୍ମଶାଳାରେ ଯୋଗଦାନ କରିଥିଵା ବେଳେ ନର୍ଲା ସେବାକାରୀ କିନ୍ନର ସଂଘ ସଭାପତି କାମିନୀ କିନ୍ନର ଙ୍କ ନେତୃତ୍ବରେ ଦୁର୍ଗା, ବର୍ଷା, ଗୁମେର, ପାୟଲ, ସଙ୍ଗୀତା, ଶିବାନୀ ପ୍ରମୁଖ ଯୋଗଦାନ କରିଥିଲେ।





