ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ପୂର୍ବତନ ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ, ଓଡ଼ିଶା ତଥା ପୂର୍ବତନ ରାଉରକେଲା ବିଧାୟକ ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ତାଙ୍କ ଜୟନ୍ତୀ ଜାନୁଆରୀ ୨୫ ତାରିଖ ପୂର୍ବାହ୍ନରେ ଶୁଭ ଉନ୍ମୋଚିତ ହୋଇଯାଇଛି।
ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି କମିଟିର ଆବାହକ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏହି ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଥିଲା। ବାଲେଶ୍ଵର ସହରର ଆଇ.ଟି.ଆଇ. ଛକ ନିକଟସ୍ଥ ଓ.ଟି. ରୋଡ଼୍ ପାର୍ଶ୍ଵରେ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି କମିଟି, ଓଡ଼ିଶା ଓ ଯୁଗଶ୍ରୀ ଟ୍ରଷ୍ଟ୍ ପକ୍ଷରୁ ସ୍ଥାପନ କରା ଯାଇଥିବା ଡକ୍ଟର ମହାପାତ୍ରଙ୍କ ପ୍ରତିମୂର୍ତ୍ତିକୁ ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଓ ଉଦ୍ଘାଟକ ଭାବେ ଉଦ୍ଘାଟନ କରିଥିଲେ। ସେଠାରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉନ୍ମୋଚନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ଷଡ଼ଙ୍ଗା କହିଲେ ଯେ ଡ. ଶ୍ୟାମସୁନ୍ଦର ମହାପାତ୍ର ଏକାଧାରରେ ଜଣେ ଅପ୍ରତିଦ୍ୱନ୍ଦ୍ଵୀ ଛାତ୍ରନେତା, ଦକ୍ଷ ଶ୍ରମିକ ନେତା, ସୁସଂଗଠକ, ବିଚକ୍ଷଣ ରାଜନୀତିଜ୍ଞ ସାଂସଦ, ବିଧାୟକ ଥିଲେ। ସେ ମଧ୍ୟ ଜଣେ ବୈଦେଶିକ ନୀତି ବିଶାରଦ ଥିଲେ ଏବଂ ବାଲେଶ୍ଵର ତଥା ଓଡ଼ିଶାର ବିକାଶ ପାଇଁ ସେ ଚେଷ୍ଟିତ ଥିଲେ ବୋଲି ଶ୍ରୀ ଷଡ଼ଙ୍ଗା ଉଲ୍ଲେଖ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ କହିଥିଲେ ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ର ରାଜନୀତିରେ ଏତେ ପ୍ରବୀଣ ଥିଲେ ଯେ ଗୋଟିଏ ଦିନ ପାଇଁ ଲଣ୍ଡନର ମେୟର ହୋଇ ପାରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାଲେଶ୍ବର ସଦର ବିଧାୟକ ମାନସ କୁମାର ଦତ୍ତ ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ସୁକାନ୍ତ ନାୟକ, ପ୍ରଦାପ୍ତ ପଣ୍ଡା, ଚିତ୍ତରଂଜନ ଷଡ଼ଙ୍ଗୀ, ସୁରେନ୍ଦ୍ର ପ୍ରମାଣିକ, ସୁଧାଂଶୁ ଶେଖର ପରିଡ଼ା, ସୁଦର୍ଶନ ଜେନା ଯୋଗଦେଇ ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ଓ ସୁଦକ୍ଷ ରାଜନୈତିକ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ଵର ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ବାଲେଶ୍ଵର ପୌରାଧ୍ଯକ୍ଷ ଶ୍ରୀମତୀ ସବିତା ସାହୁ, ରେମୁଣା ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀ ରାଜେନ୍ଦ୍ର ରାଉତ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ କୁଳମଣି ବାରିକ, ଶ୍ରୀ ଉମାକାନ୍ତ ମହାପାତ୍ର, ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ହରିଶ୍ଚନ୍ଦ୍ର ଦେହେରା ଓ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବରିଷ୍ଠ ଆଇନଜୀବୀ କରୁଣାକର ରଥ, ମୀର ଅବଦୁଲ ମଜିଦ୍, ଜିତେନ୍ଦ୍ର ଉପାଧ୍ୟାୟ, ପ୍ରଫେସର ଆଶୀଷ କୁମାର ଦାସ, ପୂର୍ବତନ କାଉନସିଲର ସୁଜିତ୍ ଦେବ, ତୁଷାରକାନ୍ତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଡ. ମହାପାତ୍ରଙ୍କର ଜୀବନାଦର୍ଶ, ରାଜନୈତିକ ଜୀବନ ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ସଂପର୍କରେ ବର୍ଣନା କରିଥିଲେ।
ସ୍ୱର୍ଗତ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ତଥା ବିଶିଷ୍ଟ ରାଜନେତା ଶ୍ରୀ ଶୁଭଙ୍କର ମହାପାତ୍ରଙ୍କ ଦ୍ଵାରା ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ବହୁତ ଦିନକୁ ଉଦ୍ୟମ କରାଯାଇଥିଲା ବେଳେ ସରକାରଙ୍କ ପକ୍ଷରୁ ଏବେ ଆବଶ୍ୟକୀୟ ଜମି ଯୋଗାଇ ଦିଆ ଯାଇଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି ଉଲ୍ଲେଖ କରିବା ସଙ୍ଗେସଙ୍ଗେ ସଂପୃକ୍ତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ବହୁତ କମ୍ ଦିନରେ ଏହି ପ୍ରତିମୂର୍ତ୍ତି ନିର୍ମାଣ, ସ୍ଥାପନ ଓ ଉନ୍ମୋଚନ ହୋଇପାରିଛି ବୋଲି ସେ ଉଲ୍ଲେଖ କରିବା ସହିତ ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି କମିଟି ପକ୍ଷରୁ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ସେଠାରେ ପୂଜାର୍ଚ୍ଚନା, ପ୍ରତିମୂର୍ତ୍ତି ଶୋଧନ, ବେଦପାଠ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ଡ. କ୍ଷିତୀଶ୍ୱର ଦାଶ ଓ ଉପସ୍ଥିତ ଡ. ଶ୍ୟାମସୁନ୍ଦର ମହାପାତ୍ରଙ୍କ ପରିବାର ସଦସ୍ୟମାନଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଜିପି ଶ୍ରୀ ଲମ୍ବୋଦର ନାୟକ, ପୂର୍ବତନ ନଗରପାଳ ଶ୍ରୀ ଆଲୋକ ସାହୁ, ଶ୍ରୀ ହରେନ୍ ଚନ୍ଦ୍ର ରଣା, ଡ. କମଳାକାନ୍ତ ଆଚାର୍ଯ୍ୟ, ଡ. ରାଧାରଂଜନ ପଟ୍ଟନାୟକ, ଡ. ଶିରୀଶ ଚନ୍ଦ୍ର ଜେନା, ଶ୍ରୀ ଭଗବାନ ଗୁପ୍ତା, ରୋଟାରୀଆନ୍ ସୁବ୍ରତ କର, ଆଇନଜୀବୀ ପ୍ରଭାକର ସାହୁ, ପୂର୍ବତନ ଜିପି ଅଶୋକ ସେନାପତି, ଶ୍ରୀ ବିଭୂପଦ ଦାସ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ପ୍ରଫୁଲ୍ଲ କୁମାର ଦାସ, ସୁଷମା ବିଶ୍ଵାଳ, ସିପ୍ରାରେଖା ମହାପାତ୍ର, ଶ୍ରଦ୍ଧାଞ୍ଜଳି ରାୟ, କମଳା ବିନ୍ଧାଣୀ, ଜ୍ୟୋତ୍ସ୍ନା ସେନାପତି, ପ୍ରତିମା ପଣ୍ଡା, ପଦାରବିନ୍ଦ ମହାପାତ୍ର, ସଂଯୁକ୍ତା ମହାପାତ୍ର, ଶ୍ରୀନିବାସ ପ୍ରଧାନ, ଗୌରାଙ୍ଗ ଚରଣ ଦାସ, ଚନ୍ଦ୍ରବିନ୍ଦୁ ଦାସ, ଅନିମା ଜେନା, କମଳାକାନ୍ତ ଦାଶ, ବନମାଳୀ ନାୟକ, ନିରଞ୍ଜନ ପରିଡ଼ା, ପ୍ରଭୁଦୟାଲ୍ ରାମ, ଡ. କେଶବ ଚରଣ ପଣ୍ଡା, ସମରେନ୍ଦ୍ର ଦାସ, ପ୍ରଶାନ୍ତ କୁମାର ପାଢ଼ୀ, ସୁକାନ୍ତି ଦେବଗୋସ୍ଵାମୀ, ମିନତି କର, ଜୟରାମ ଜେନା, ସସ୍ମିତା ଚାନ୍ଦ, ପିଙ୍କି ପ୍ରଧାନ, ଗୀତାଞ୍ଜଳି ସିଂହ, ସନ୍ଦୀପ ସିଂହବାବୁ, ଚିତ୍ତରଞ୍ଜନ ପଣ୍ଡା, ରାଧା ଦାସ (କାଉନସିଲର), ପୂର୍ବତନ କାଉନସିଲର ସଂଜୀବ ଚକ୍ରବର୍ତ୍ତୀ, ରଜନୀ ଶତପଥୀ, ଡ. ସୁସ୍ମିତା କର, ଆଇନଜୀବୀ ନୃସିଂହ ପଟ୍ଟନାୟକ, ସତ୍ୟଜିତ୍ ମିଶ୍ର, ସୂର୍ଯ୍ୟକାନ୍ତ କର, ଡାକ୍ତର ତାରାକାନ୍ତ ନନ୍ଦ, ରମେଶ ଜେନା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଏହି ଉନ୍ମୋଟନ ଉତ୍ସବରେ ଉପସ୍ଥିତ ଥିଲେ। ଶେଷରେ ‘ଯୁଗଶ୍ରୀ ଟ୍ରଷ୍ଟ’ର ଅଧ୍ୟକ୍ଷ ଶ୍ରୀମତୀ ମମତା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।





