କରମତଲା ଫୁଟବଲ: ଟିକ୍ରାପଡ଼ା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା /ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ବୁଢାରଜା ହାଇସ୍କୁଲ ଖେଳ ପଡ଼ିଆରେ ଯୁବ ଗୋଷ୍ଠୀ ଆନୁକୂଲ୍ୟରେ ଆୟୋଜିତ ୧୯ ତମ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି | ଉଦଯାପନୀ ମ୍ୟାଚରେ ଚଲକିକୁ ୧-୦ ଗୋଲରେ ହରାଇ ଟିକ୍ରାପଡ଼ା ଦଳ ଚମ୍ପିୟାନ ହୋଇଥିଲା | ରାଧାକାନ୍ତ ବାଗ, ବିମ୍ବାଧର ନାଗ ଖେଳ ପରିଚାଳନା କରିଥିଲେ | ପୁରୁଷୋତ୍ତମ ଦାଶ, ଶେଷଦେବ ରଣା, କ୍ଷେତ୍ରମଣି ଜାଲ, ରାହାସ ବୁଡ଼େକ ଧାରା ବିବରଣୀ ପ୍ରଦାନ କରିଥିଲେ | ଜ୍ୟୋତିରାଜ ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଟିଟିଲାଗଡ଼ ମ୍ୟୁନିସିପାଲିଟି ଭାଇସ ଚେୟାରମ୍ୟାନ ପୁଷ୍ପାଞ୍ଜଳି ଜାଲ, ୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, କରମତଲା ସରପଞ୍ଚ ତିଳୋତ୍ତମା ବାଗ, ସମିତି ସଭ୍ୟା ଦହି ଭୋଇ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ପୂର୍ବତନ ସମିତି ସଭ୍ୟ ସୁଭାଷ ବୁଡ଼େକ, ସାମାଜିକ କର୍ମୀ ହରେକୃଷ୍ଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ | ଶେଷରେ ଅକ୍ଷୟ ବାଗ ଧନ୍ୟବାଦ ଅର୍ପଣ କରିଥିଲେ | ଟିକେଶ୍ୱର ବାଗ, ମାନବେନ୍ଦ୍ର ବାଗ, ସୁପେତ ବାଗ, ଜୟମଣି ବାଗ, ବିରଞ୍ଚି ରଣା, ରାହାସ ବୁଡ଼େକ, ରାଧେଶ୍ୟାମ ବୁଡ଼େକ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.