ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡରେ ୭୭ତମ ଗଣତନ୍ତ୍ର ଦିବସ ଉତ୍ସାହର ସହିତ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ତାଙ୍କ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ନିୟମାବଳୀ ମାନି ଶୃଙ୍ଖଳିତ ହେବା ସହ ଓ ଭଲ ମଣିଷ ଏବଂ ଦାୟିତ୍ୱଶୀଳ ନାଗରିକ ହେବା ପାଇଁ ପରାମର୍ଶ ଦେଇ ଥିଲେ । ଏହା ପରେ ଛାତ୍ରୀମାନେ ଦେଶଭକ୍ତିମୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ଭୂମିଦାତା ତଥା ସମାଜସେବୀ ଶ୍ରୀଯୁକ୍ତ ଦିନଦୟାଲ କେଡ଼ିଆଙ୍କ ଦ୍ୱାରା ପ୍ରଦତ୍ତ ଟ୍ରଫି ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ସମନ୍ୱୟ ପାଇଁ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବରାଡ଼ଙ୍କୁ ଓ ବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ରେ ଅବଦାନ ଯୋଗୁଁ ଶ୍ରୀଯୁକ୍ତ ଚକ୍ରଧର ସା ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମଟି ସଫଳ କରିବାରେ ନାରାୟଣ ପଧାନ, କଂହେଇ ଚରଣ ଗଉଡ଼, ଠାକୁର ବିବେକାନନ୍ଦ ପାଧାନ, ପରମାନନ୍ଦ ନାଏକ ଓ ଟୁକୁଲାଲ ନାଏକ ମହତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.