ନର୍ଲାରେ ପାଳିତ ହେଲା ୭୭ତମ ଗଣତନ୍ତ୍ର ଦିବସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଭିନ୍ନ ଅନୁଷ୍ଠାନରେ ୭୭ ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉହ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ନର୍ଲା ହାଇସ୍କୁଲ ପଡିଆ ଠାରେ ଗଣ ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଏବିଇଓ ଗୋବର୍ଦ୍ଧନ ମାଝୀ, ସୁଢଳଦେବ ମୁଣ୍ଡ, ସୂର୍ଯ୍ୟଦେବ ବାଗ, ନର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ସୁନାମୁଦି, ନର୍ଲା ଯୁକ୍ତ ଦୁଇ କଲେଜ ର ଭାରପ୍ରାପ୍ତ ଅଧ୍ୟକ୍ଷା ମିନତୀ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ। ବିପିସି ଭୋଳାନାଥ ଦାସ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଦୀପ ବେହେରା ଓ ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନର୍ଲା ଯୁକ୍ତ ଦୁଇ କଲେଜ ପିଇଟି ସୁମନ୍ତ ପୁଝାରୀ, ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ର ପିଇଟି ନାରାୟଣ ପଧାନ, ଡ଼ିଗ୍ରୀ କଲଜର ପିଇଟି କ୍ଷୀତିଶ ଚନ୍ଦ୍ର ବଗର୍ତ୍ତୀ ଓ ନର୍ଲା ହାଇସ୍କୁଲର ପିଇଟି ପୃଥିରାଜ ନାଏକ ପ୍ରମୁଖ ସାମୁହିକ ପ୍ୟାରେଡ ପରିଚାଳନା କରିଥିଲେ।ଏଥିରେ ନର୍ଲା ଡ଼ିଗ୍ରୀ କଲେଜ, ଯୁକ୍ତ ଦୁଇ କଲେଜ, ନର୍ଲା ସରସ୍ୱତୀ ଶିଶୁ ମନ୍ଦିର, ନର୍ଲା ହାଇସ୍କୁଲ, ମାଉଣ୍ଟେନକିଡ୍ସ ଇଂଲିଶ ମିଡିୟମ ସ୍କୁଲ, ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ପ୍ରଭୃତି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ୟାରେଡ ପ୍ରଦର୍ଶନ କରିଥିଲେ। ପ୍ୟାରେଡ ରେ ନର୍ଲା ସରସ୍ଵତୀ ଶିଶୁ ମନ୍ଦିରର ୟୁଥ ରେଡ଼କ୍ରସ ଗୃପ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନର୍ଲା ହାଇସ୍କୁଲ ର ଛାତ୍ରୀମାନେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ମଞ୍ଚରେ ଉଭୟ ଟିମଙ୍କୁ ପୁରସ୍କୃତ କରଯାଇଥିଲା। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗୀତା ଗୁଡିକରେ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।ସେହିଭଳି ଶିଶୁ ମନ୍ଦିର ଛକ ଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ନର୍ଲା ମଣ୍ଡଳ ବିଜେପି ସଭାପତି ଶିବ ରଣା ପତାକା ଉତ୍ତୋଳନ କରିଥିଲେ। ନର୍ଲା ପ୍ୟାକ୍ସ ରେ ସଭାପତି ମଞ୍ଜୁଲତା ଗୌଡ଼, ନର୍ଲା ଗ୍ରାମ ପଞ୍ଚାୟତ ଅଫିସ ରେ ସରପଞ୍ଚ ତନୁଜା ହରପାଲ, ନର୍ଲା ଯୁକ୍ତ ଦୁଇ ମହା ବିଦ୍ୟାଳୟରେ ବିଦ୍ୟାଳୟର ଅଧ୍ୟକ୍ଷା ମିନତୀ ମେହେର, ଡିଗ୍ରୀ କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକ, ନର୍ଲା ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଶାଖାର ପରିଚାଳକ ମାନଭଞ୍ଜନ ହୋତା, ଷ୍ଟେଟ ବ୍ୟାଙ୍କ ରେ ଶାଖା ପରିଚାଳକ ଲମ୍ବୋଦର ସିଂ, ନାର୍ଲାରୋଡ ରେଳ ଷ୍ଟେସନରେ ଷ୍ଟେସନ ମ୍ୟାନେଜର ରଶ୍ମିକାନ୍ତ ବେହେରା ଉତ୍ତୋଳନ କରିଥିଲେ। ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସାରଥି ନାୟକ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପରିଚଳନା ସମିତିର ଉପସଭାପତି ସୁବନ ସାହୁ,ସମ୍ପାଦକ ଅଜୟ କୁମାର ନାଏକ, ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନର୍ଲା ବିଇଓ ଅଫିସରେ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କର, ପେସିଫିକ ପବ୍ଲିକ ସ୍କୁଲରେ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଶାନ୍ତ ନାଏକ, ମାଉଣ୍ଟେନ କିଡ୍ସ ଇଂଲିସ ମିଡିୟମ ସ୍କୁଲରେ ଚେୟାରମେନ ନବୀନକୁମାର ଦାସ୍, ରୁପ୍ରାରୋଡ ଗ୍ରାମ ପଞ୍ଚାୟତରେ ସରପଞ୍ଚ ହେମନ୍ତ ଭୋଇ, ସର୍ଗିଗୁଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦିପାଞ୍ଜଳୀ ବୁଦ୍ଧିଆ, ଘଣ୍ଟମାଳ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଦେବେନ୍ଦ୍ର ସା, ବାଗପୁର ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଗୋପାଳ ହାତୀ, ଭାନପୁର ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ଅନନ୍ତରାମ ମାଝୀ, ମାଣ୍ଡେଲ ଗ୍ରାମ ପଞ୍ଚାୟତ ରେ ଭାରପ୍ରାପ୍ତ ସରପଞ୍ଚ ସୁଧାଙ୍ଗନା ନାଏକ ପତାକା ଉତ୍ତୋଳନ କରିଥିବା ବେଳେ ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ରେ ଯୁବ ନେତା ପ୍ରଦୀପ କୁମାର ନାଏକ ପତାକା ଉତ୍ତୋଳନ କରିଥିଲେ। ନର୍ଲା ବ୍ଲକ୍ ରେ ନର୍ଲା ବିଡିଓ ବିପିନ ବିହାରୀ ଦୀପ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାପ୍ରାସାଦ ମହାନ୍ତି ଯୋଗଦାନ କରିଥିଲେ। ସେହିଭଳି ନର୍ଲା ତହସିଲ ଅଫିସରେ ତହସିଲଦାର ବିଭୁ ପ୍ରସାଦ ସିଂ ପତାକା ଉତ୍ତୋଳନ କରିଥିବା ବେଳେ ନର୍ଲା ଜିଲ୍ଲା କୃଷି ଅଫିସ ରେ ସହକାରୀ କୃଷି ଅଧିକାରୀ ପ୍ରବୀଣ ସାହୁ, ନର୍ଲା ଥାନାରେ ଆଇଆଇସି ବିଜୟରାଜ ମାଝୀ,ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଆଶୁତୋଷ ପ୍ରଧାନ ପତାକା ଉତ୍ତୋଳନ କରିଥିଲେ। ନର୍ଲାର ଜବାହର ନବୋଦ୍ଦୟ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାରେ ପ୍ରଧାନ ଶିକ୍ଷକ ମାନେ ପତକା ଉତ୍ତୋଳନ କରିଥିଲେ। ନର୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆନନ୍ଦ ଉହ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.