ବସପା ତରଫରୁ ଗଣତନ୍ତ୍ର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବସପା ତରଫରୁ ୭୭ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ଆମ୍ବେଦକର ଯୁବମୋଞ୍ଚ ପ୍ରାଙ୍ଗଣରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପାଳିତ ହୋଇଯାଇଛି | କଲ୍ୟାଣସିଂହପୁର ବ୍ଲକ ବହୁଜନ ସମାଜ ପାର୍ଟି ବ୍ଲକ ସଭାପତି କୃପାସିନ୍ଧୁ ଭତ୍ରା ଙ୍କ ଆବାହନ କ୍ରମେ ରାୟଗଡ଼ା ଜିଲ୍ଲା ଉପ ସଭାପତି ଜାଗାମ ବେନିଆ ଉପସ୍ଥିତ ରହି ବାବା ସାହେବ ଙ୍କ ଦୁଇଟି ପ୍ରତିମୂର୍ତ୍ତି ସହ ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଆଜିର ଗଣତନ୍ତ୍ର ଦିବସ ଅବସରରେ ବାବା ସାହେବ ଆମ୍ବେଦକରଙ୍କ ଜୀବନରେ ଘଟିଥିବା ଅନେକ ସଂଘର୍ଷ ଓ ବଳି ଦାନ ର ବିଷୟକୁ ଉପସ୍ଥାପନା କରିଥିଲେ | ଏହି ପରିପେକ୍ଷୀରେ ବ୍ଲକର ସାଧାରଣ ସମ୍ପାଦକ ନରେନ୍ଦ୍ର କରକରିଆ, କୋଷାଧକ୍ଷ କର୍ଣ୍ଣ ଗାଣ୍ଟା ସମେତ ଅନେକ ବସପା ପାର୍ଟି କର୍ମକର୍ତ୍ତା ଓ ଆମ୍ୱେଦକର ଯୁବମୋଞ୍ଚ ର ସଦସ୍ୟ ଉପସ୍ଥିତ ରହିଥିଲେ | ସେହିଭଳି କଲ୍ୟାଣସିଂହପୁର ପଞ୍ଚାୟତ ସମିତି ଓ ବିନିଶପୁର ସହିଦ ପିଠରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସ୍ୱତମ ପ୍ରାଧନୀ ଙ୍କ ଦ୍ୱାରା ପତାକା ଉତ୍ତଳୋନ କରାଯାଇଥିବା ଦେଖିବାକୁ ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.