ସୁବର୍ଣ୍ଣପୁରରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରାମେଶ୍ୱର ଷ୍ଟାଡିୟମ ଠାରେ ୭୭ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୋର ୪.୩୦ ଘଟିକା ସହରରେ ରାମଧୁନ ପରିବେଷଣ କରାଯାଇଥିଲା ଓ ଭୋର ୫.୩୦ ରୁ ୬.୩୦ ଘଟିକା ପର୍ଯ୍ୟନ୍ତ ପ୍ରଭାତ ଫେରି ଅନୁଷ୍ଠିତ କରାଯାଇଥିଲା। ତାପରେ ସକାଳ ୦୬.୩୦ ଟା ରୁ ସୋନପୁର ସହର ସ୍ଥିତ ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଉପରେ ଜିଲ୍ଲା ପ୍ରଶାସନ ଦ୍ଵାରା ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ୮.୩୦ ବେଳେ ରାମେଶ୍ବର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମ୍ମିଳିତ ପେରେଡର ଅଭିବାଦନ ଗ୍ରହଣ କରି ସମବେତ ଜନତା ତଥା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ସୁବର୍ଣ୍ଣପୁର ଉପ ଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ ଏବଂ ଉପ ଆରକ୍ଷୀ ଅଧିକ୍ଷକ କେ.କେ. ହରିପ୍ରସାଦ ଙ୍କ ସହିତ ଅଧିକାରୀ ପ୍ରମୁଖ ଡ଼. ସାହୁ ଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ । ସେ ସୁବର୍ଣ୍ଣପୁରର ଗୌରବମୟ ଐତିହ୍ୟ, କଳା ସଂସ୍କୃତି ପରମ୍ପରାର ଭୂୟସୀ ପ୍ରଶଂସା କରିବା ସହିତ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ତଥା ଦ୍ଵିତୀୟ ବାରାଣସୀ ସହର ଏବଂ ପାଟ, ମଠା ବୟନଶିଳ୍ପ ଜିଲ୍ଲାକୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କହିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ଦେଶ ଓ ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ। ଜିଲ୍ଲାର ତଥା ଜନସାଧାରଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ I ସହର ରେ ନୂତନ ବସଷ୍ଟାଣ୍ଡ ଓ ରିଙ୍ଗ ରୋଡ ଶୀଘ୍ର କାର୍ଯ୍ୟକ୍ଷମ ନେଇ ଦୃଢତା ପ୍ରକାଶ କରିଥିଲେ । ଚାଷୀ ମାନଙ୍କୁ ଉଦବୋଧନ ଦେଇ ସରକାର ତଥା ଜିଲ୍ଲାପ୍ରଶାସନ ଚାଷୀ ମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଥିବାବେଳେ ସମାଧାନ କରିବାରେ ସବୁବେଳେ ଚେଷ୍ଟିତ ଅଛନ୍ତି ଓ ଆମ ଜିଲ୍ଲାରେ ଆମେ ପ୍ରାୟ ସଫଳ ହୋଇଥିବା ଏବଂ ନିର୍ଦ୍ଧାରିତ ଟାର୍ଗେଟ ୩୫ ଲକ୍ଷ କ୍ଵିଣ୍ଟାଲ ରୁ ୩୩ ଲକ୍ଷ କ୍ଵିଣ୍ଟାଲ ଧାନ ଉଠି ସାରିଥିବା ବିଷୟ ସୂଚିତ କରିଥିଲେ । ଚାଷୀଙ୍କ ଧାନ କ୍ରୟରେ କୌଣସି ଚାଷୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ କହିବା ସହିତ ନିର୍ଦ୍ଧାରିତ ସମୟରେ ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି କହିଥିଲେ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୩୫ ଟି ଦଳ ପେରେଡରେ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ବିଭାଗର ୧୫ଟି ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ତଥା ସଚେତନତା ସମ୍ମିଳିତ ପ୍ରଜ୍ଞାପନ ମେଢ଼ର ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା। ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷ, ସଂସ୍ଥା, କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ପ୍ୟାରେଡରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏନସିସି, ସ୍କାଉଟ, ଗାଇଡ଼, ରେଡ଼କ୍ରସ, ସିଭିଲିଆନ ଗ୍ରୁପ୍ ରୁ ବିଭିନ୍ନ ବର୍ଗରେ ୧୫ଟି ପେରେଡ ଦଳଙ୍କୁ ଟ୍ରଫି ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.