ବିଭୁତି ଭୂଷଣ ହରିଜନ କଳାହାଣ୍ଡି ଜିଲ୍ଲାର ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ ଭାବେ ହେଲେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଥ ନମ୍ବର ୫୮ ରେ କାର୍ଯ୍ୟରତ ବୁଥ ସ୍ତରୀୟ ଅଧିକାରୀ ବିଭୂତି ଭୂଷଣ ହରିଜନ ବିଏଲଓ  କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ୧୬ତମ ରାଷ୍ଟ୍ରୀୟ ଭୋଟର ଦିବସ ଅବସରରେ ଜିଲ୍ଲାର ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ ଭାବେ ସମ୍ମାନିତ ହୋଇଛନ୍ତି। ମାନପତ୍ର ଓ ସିଲ ପ୍ରଦାନ କରି ସମ୍ମାନୀୟ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ, କେସିଙ୍ଗା ବିଡ଼ିଓ ଏବଂ ଜୟପାଟଣା ବିଡ଼ିଓ ତାଙ୍କୁ ସମ୍ମାନିତ କରିଛନ୍ତି। ବୁଥ ସ୍ତରୀୟ ଅଧିକାରୀ ଏହି ସମ୍ମାନର ଶ୍ରେୟ ଲାଞ୍ଜିଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗ୍ରାମ ପଞ୍ଚାୟତ ଅଧିକାରୀ, ମୁଣ୍ଡାଗାଁ ବିଦ୍ୟାଳୟ ସହକର୍ମୀ ଶିକ୍ଷକ / ଶିକ୍ଷୟିତ୍ରୀ ତଥା ପରିବାର ସଦସ୍ୟ ଯେଉଁ ମାନେ ବିଏଲଓ କାର୍ଯ୍ୟ କରିବାରେ ସାହାଯ୍ୟ କରିଛନ୍ତି ତାଙ୍କୁ ଯିବ ବୋଲି ପ୍ରକାଶ କରିଛନ୍ତି। ଏହି ସମ୍ମାନ ତାଙ୍କ କାର୍ଯ୍ୟରେ ଆହୁରି ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.