ପ୍ରଗତି ଶିକ୍ଷାନୁଷ୍ଠାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସହରର ପ୍ରଗତି ଶିକ୍ଷାନୁଷ୍ଠାନରେ ୭୭ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର୍ମଡ଼ ସବ ଇନ୍ସପେକ୍ଟର ଭବାନୀପାଟଣା, ଶ୍ରୀ ସନ୍ତୋଷ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା, ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଅଧ୍ୟକ୍ଷ ଚିନ୍ମୟ ଗୁରୁ, ଶେଷଦେଵ ମୁଣ୍ଡ, ତାପସ ପରିମାଣିକ, ଆରସିୟା ସାଏଲା, ଲୋକନାଥ ଖଡ଼ିକାର, ରାଜଶ୍ରୀ ନାଏକ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କଦ୍ୱାରା ପତାକା ଉତ୍ତୋଳନ ପରେ ପରେ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପରେ ପରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ଼ ପ୍ରଦର୍ଶନ ହୋଇଥିଲା ଏବଂ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍କୁଲ ଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ପିରାମିଡ଼ ପ୍ରଦର୍ଶନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଏହି ଅବସରରେ ଗତ ଡିସେମ୍ବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ପ୍ରଗତି ପ୍ରତିଭା ପ୍ରତିଯୋଗିତା ପରୀକ୍ଷାର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କର ନାମ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି ପ୍ରତିଭା ପରୀକ୍ଷାରେ ରତାପାଲି ବିଦ୍ୟାପୀଠ, ଗୁଆବରୀ, ଖୋର୍ଦ୍ଧାର ଛାତ୍ରୀ ସୁଶ୍ରୀ ଇପ୍ସିତା ମେହେର ପ୍ରଥମ ସ୍ଥାନ, ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣନାଥପୁରର ଛାତ୍ରୀ ସୁଶ୍ରୀ ସ୍ୱାତୀ ମହାଖୁଡ଼ ଦ୍ଵିତୀୟ ସ୍ଥାନ ହୋଇଥିବା ବେଳେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ବ୍ରଜବିହାର, ଭବାନୀପାଟଣାର ଛାତ୍ର ଶ୍ରୀମାନ କ୍ଷୀତିସ ଚନ୍ଦ୍ର ବାଗ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି କୃତି ପ୍ରତିଯୋଗୀମାନେ ଆଗାମୀ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ବିଜ୍ଞାନରେ ଦୁଇ ବର୍ଷ ବିନା ଶୁଳ୍କରେ ପଢିବା ସହିତ ପଢା ଖର୍ଚ୍ଚ, ରହିବା ଖର୍ଚ୍ଚ, ଖାଇବା ଖର୍ଚ୍ଚ, ପୋଷାକ, ବହିପତ୍ର ସଙ୍ଗେ ସମସ୍ତ ସୁବିଧା ସହିତ ପାଠ ପଢ଼ିବାର ସୁଯୋଗ ପାଇବେ ବୋଲି ଅନୁଷ୍ଠାନର ମୁଖ୍ୟ ଶ୍ରୀ ଅଜୟ ପଣ୍ଡା ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ଶୁଭଶ୍ରୀ ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଚିନ୍ମୟ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.