ଗୋପାଳ ନାଏକ ବଞ୍ଜରା ସମାଜ ପାଇଁ ଗୌରବ: ୨୦୨୬ ଆଦିବାସୀ ମେଳାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ହେଲେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଭୁବନେଶ୍ଵରଠାରେ ଆୟୋଜିତ ୨୦୨୬ ଆଦିବାସୀ ମେଳାରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଳକ୍ ଅନ୍ତର୍ଗତ ମସକାଦାଣ୍ଡି ଗ୍ରାମର ଯୁବକ ଗୋପାଳ ନାଏକ ସମ୍ମାନିତ ହୋଇଛନ୍ତି। ମସ୍କାଦାଣ୍ଡି ନିବାସୀ କୃଷ୍ଣଚନ୍ଦ୍ର ନାଏକଙ୍କ ସୁପୁତ୍ର ଗୋପାଳ ତାଙ୍କର ସାମାଜିକ କାର୍ଯ୍ୟ ଓ ବଞ୍ଜରା ପରମ୍ପରାର ଆଦର୍ଶ କାର୍ଯ୍ୟକଳାପ ଯୋଗୁଁ ସମ୍ମାନିତ ହୋଇଥିବା ଜଣାପଡିଛି। ଶ୍ରୀ ନାଏକ ବଞ୍ଜରା ସେବାପାଇଁ ସର୍ବଦା ଆଗରେ ରହି କାର୍ଯ୍ୟକରିଥାନ୍ତି। ଏଣୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଏସଏସଡି ବିଭାଗ ଓ ଏଟିଏଲସି ଭୂବନେଶ୍ଵର ଦ୍ୱାରା ମୋନୋନୀତ ହୋଇ ଆଦିବାସୀ ମେଳାର ଉଦଯାପନୀ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶ ମୋହନ ଚ଼ରଣ ମାଝୀଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ଏହି ଖବର ଗ୍ରାମରେ ପହଞ୍ଚିବା କ୍ଷଣି ଖୁସିର ଳହରି ଖେଳିଯାଇଛି। ବିଶେଷକରି ବଞ୍ଜାରା ଜାତିର ଆଦିବାସୀ ଏଥି ସହିତ ତାଙ୍କ ବହୁ ଶୁଭେଛୁ ମାନଙ୍କଠାରୁ ପ୍ରସଂଶାର ସୁଅ ଛୁଟିବାରେ ଲାଗିଛି। ସେ ଏ ଅଞ୍ଚଳ ପାଇଁ ତଥା ଯୁବ ପଢ଼ି ପାଇଁ ଉଦାହରଣ ହୋଇଯାଇଛନ୍ତି। ବଞ୍ଜରା ଜାତି ପାଇଁ ଆଜି ବଞ୍ଜରା ସମାଜ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦିଆଯାଇଛି। ଗୋପାଳ ନାଏକ ଯେତେବେଳେ ନିଜ ଜନ୍ମ ମାଟିକୁ ଫେରିଥିବା ବେଳେ ମସ୍କାଦାଣ୍ଡିର ଶୈବପୀଠ ଶିବ ମନ୍ଦିରରେ ପ୍ରଥମେ ଦର୍ଶନ କରି ଥିବା ବେଳେ ତାଙ୍କୁ ଗ୍ରାମବାସୀ ଫୁଲ ମାଲ ସହ ବାଜା ବାଜେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.