ଟିକ୍ରାପଡାରେ ହିନ୍ଦୁ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ପରିସରରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଶ୍ୱଭାନୁ ଠାକୁର, ଅଲିଭା ଠାକୁର, ଇନ୍ଦ୍ରଜିତ ରାଜପଲିଆ, ମିତା ରାଜପଲିଆ, ବୀରେନ୍ଦ୍ର ପଣ୍ଡା, ମଧୁମିତା ପଣ୍ଡା, ସରୋଜ ଚାନ୍ଦ, ସୁମିତ୍ରା ଚାନ୍ଦ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ | ଟିକ୍ରାପଡ଼ା ସଂକୀର୍ତ୍ତନ୍ୟ ଦଳ ଓ ଲାଫେର ଗାଁର ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ନାମଯଜ୍ଞରେ ସାମିଲ ହୋଇଥିଲେ | ଗୌନ୍ତିଆ ଅନ୍ତର୍ଯ୍ୟାମୀ ରାଜପଲିଆଙ୍କ ଅଧ୍ୟକ୍ଷତା ତଥା ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପ୍ରାନ୍ତ ପର୍ଯ୍ୟାବରଣ ପ୍ରମୁଖ କାନ୍ତାପ୍ରସାଦ ଚନ୍ଦ୍ରକାର ମୁଖ୍ୟ ବକ୍ତା, ଜିଲ୍ଲା ପ୍ରଚାରକ ଆଲୋକ ପଟେଲ, ସନ୍ଥ ଗୋପାଳ ଦାସ, ବ୍ରହ୍ମଚାରୀ ଉଦାମ ଗୌତମ ଦାସ, ଦେଓଗାଁ ସପ୍ତର୍ଷି ସେବାଶ୍ରମ ପ୍ରତିଷ୍ଠାତା ପଣ୍ଡିତ ସହଦେଵ ଶାସ୍ତ୍ରୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ହିନ୍ଦୁ ଏକତା ଜାଗରଣ ପାଇଁ ଚାଲୁଥିବା କାର୍ଯ୍ୟଧାରାରେ ସମସ୍ତେ ସାମିଲ ହେବା ବର୍ତ୍ତମାନ ସ୍ଥିତିରେ ନିତାନ୍ତ ଆବଶ୍ୟକ ବୋଲି ବକ୍ତାଗଣ କହିଥିଲେ | ଏହି ଅବସରରେ ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା | ଅନ୍ୟମାନଙ୍କ ମଧ୍ୟରେ ସନ୍ୟାସୀ ରାଜପଲିଆ, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ସିଂ ଦେଓ, ବିଭୁତିଭୂଷଣ ବଗର୍ତ୍ତୀ, ଜନ୍ମେଜୟ ପାଣିଗ୍ରାହୀ ମଞ୍ଚାସିନ ରହିଥିଲେ | ଶେଷରେ ବଡ଼ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ | ବିଶ୍ୱ ହିନ୍ଦୁ ପରିଷଦ, ଭାରତୀୟ କିସାନ ସଙ୍ଘ, ଜଗନ୍ନାଥ ମନ୍ଦିର କମିଟି, ସପ୍ତର୍ଷି ସେବାଶ୍ରମ, ଏକଲ ବିଦ୍ୟାଳୟ, ଆରଏସଏସ ପ୍ରଭୃତି ବିଭିନ୍ନ ସଂଗଠନ କର୍ମକର୍ତ୍ତାଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଆନନ୍ଦ ପାତ୍ର, ଅଦୀପ ପାତ୍ର, ରବିଚନ୍ଦ୍ର ବାଗ, ପୀତବାସ ମହାକୁର ପ୍ରମୁଖଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.