ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁର୍ଶିଙ୍ଗର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଭୀଷ୍ମରଥି ଭୋଇ, ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ମିଶ୍ର, ତସିଲ ବିଶ୍ଵାଳ, ଶିଶିର ବେହେରା, ବାଲୁଙ୍କି ସାହୁ, ଟୁଟୁ ଜେନା, ମନୋରଞ୍ଜନ ସାହୁ, ନରସିଂହ ସାହୁ, ବିଦ୍ୟାଳୟର ସଭାପତି ମଳୟ ପ୍ରଧାନ ସଭାପତି ପ୍ରମୁଖ ମଞ୍ଚାସୀନ ରହି କୃତି ଛାତ୍ରଛାତ୍ରୀ ମାନକୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଭାବେ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ କର୍ମେ ସରପଞ୍ଚ ମନୋଜ ମହାନନ୍ଦ, ସମ୍ମାନୀତ ଅତିଥି ଭାବରେ ନାରୀ ନେତ୍ରୀ ପ୍ରମିଳା ପ୍ରଧାନ, ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଅମିତ କୁମାର ଶର୍ମା, ସଭାପତି ମଳୟ ପ୍ରଧାନ, ସିଆରସିସି ବିଜୟ ସୁନା, ପ୍ରଧାନ ଶିକ୍ଷକ ଶରତ କୁମାର ଭୋଇ ମଞ୍ଚାସିନ ଥିଲେ। ଅଚ୍ୟୁତାନନ୍ଦ ଭୋଇ ଓ ଗୋକୁଳ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ସତ୍ୟ ନାରାୟଣ ଖେତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଲୟର ଶିକ୍ଷୟତ୍ରୀ ପୂଜାମଞ୍ଜରୀ ନାଏକ ଓ ସସ୍ମିତା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା।





