ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲର ବାର୍ଷିକ ଉତ୍ସବ: ମନ ଜିଣିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, ବିଧାୟକଙ୍କ ଅଞ୍ଚଳ ପ୍ରତିନିଧି ମୋହନ ନାଏକ, ତ୍ରିଲକ୍ଷ ସାହୁ, ସ୍ଥାନୀୟ ସରପଞ୍ଚ ନରେନ୍ଦ୍ର କଲେତ, ଅଙ୍କିତ ପାତ୍ର, ଧୁମାଭଟା ବୀଣାପାଣି କଲେଜର ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗ, ବାଣିଜ୍ୟ ଅଧ୍ୟାପକ ସତ୍ୟନାରାୟଣ ବଗର୍ତ୍ତୀ, ସାମ୍ବାଦିକ ରମାକାନ୍ତ ରାଜପଲିଆ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, ପୂର୍ବତନ ସଭାପତି ଶିକ୍ଷାବିତ ଚନ୍ଦ୍ରମଣି ସିଂ ଦେଓ, ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | କେ.ଭି. କଲେଜ, କଣ୍ଟାବାଞ୍ଜିର ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ. ସଞ୍ଜୟ କୁମାର ମିଶ୍ର ମୁଖ୍ୟ ବକ୍ତା ରହିଥିଲେ | ଛାତ୍ରୀ ଚୁମକୀ ଦୀପ, ଅମ୍ରିତା ରାଜପଲିଆ ସଭା ସଂଯୋଜନା କରିଥିଲେ | ବର୍ଷାରାଣୀ ବୁଡ଼େକ, ଲତିକା କଲେତ, ପ୍ରତୀକ୍ଷା ନାଗ, ସିମ୍ରନ ହିଆଲ, ଦିବ୍ୟାରାଣୀ ହିଆଲ, ଶୁଭଶ୍ରୀ ତାଣ୍ଡି, ଝରଣା ତାଣ୍ଡି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ | ଶିକ୍ଷକ ସୁରେନ୍ଦ୍ର ବଗର୍ତ୍ତୀ, ଶିକ୍ଷୟିତ୍ରୀ ଭାର୍ଗବୀ ରାଜପଲିଆଙ୍କ ସଂଯୋଜନାରେ ବିଦ୍ୟାଳୟର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | ଶେଷରେ ଶିକ୍ଷୟିତ୍ରୀ ବୈଜୟନ୍ତି ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଛାତ୍ରୀ ଆରୋହୀ ରାଜପଲିଆ, ସମ୍ୟା ମେହେର, ସ୍ନେହାରାଣୀ ବେହେରା, ତୃପ୍ତି ମେହେର, ଛାତ୍ର କନିଷ୍କ ରାଜପଲିଆ, ୟଶରାଜ ଚାନ୍ଦ, ଅର୍ମାନ ବାଗ, ପରିତୋଷ ନାଏକ, ଦୁର୍ବାଦଳ ସାହୁ ସଂଯୋଜନା କରିଥିଲେ | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଯେନ୍ତା କରମ୍ ସେନ୍ତା ଫଲ୍’ ମଞ୍ଚସ୍ଥ କରାଯାଇଥିଲା | ସଙ୍ଗୀତାଂଶେ ପ୍ରକାଶ ହିଆଲ, ଦିନବନ୍ଧୁ ନାଗ, ଧର୍ମେନ୍ଦ୍ର ମୁଦୁଲି ସହାୟତା କରିଥିଲେ | ପ୍ରକାଶ ମହାନନ୍ଦ ନୃତ୍ୟ ନିର୍ଦେଶନା ଦେଇଥିଲେ | ଶିକ୍ଷୟିତ୍ରୀ ସଙ୍ଗୀତା ବାଗ, ବନ୍ଦନା ରଣା, ସାବିତ୍ରୀ ରାଜପଲିଆ, ଶ୍ରଦ୍ଧାଞ୍ଜଳି ଦାଶ, ସସ୍ମିତା ଦୀପ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ପ୍ରହ୍ଲାଦ ସିନ୍ଧ୍ରୀଆ, ମୁରଲୀ ହାତୀଖୁଜିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.