ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ବ୍ୟବସ୍ଥା ଏକ ଯଥାର୍ଥ ପଦକ୍ଷେପ। ଶିକ୍ଷା ବିଭାଗର କର୍ମଚାରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ଓ ଗୁରୁତ୍ଵପୂର୍ଣ ମଧ୍ୟ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କ ସଭାପତିତ୍ବରେ ଭଟାଙ୍ଗପଦର କ୍ଲଷ୍ଟର ସ୍ଥିତ ରାଣିକଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଳିନୀପ୍ରଭା ଦାସଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ଓ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରାଯାଇଛି। ଏଥିରେ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ସୁଢଳଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୁଷଣ ସାହୁ ଯୋଗଦେଇ ଥିଲେ। ଏଥିରେ ୧୩ ଗୋଟି କ୍ଲଷ୍ଟର ସଂଯୋଜକ ଓ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।





