ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ଠାରେ ସ୍ୱର୍ଗତ ଶେଷଦେବ ସାହୁଙ୍କ ପ୍ରଥମ ତିରୋଧାନ ଦିବସ ପାଳିତ। ସେ ୧୯୮୪ ମସିହାରେ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ କଳାହାଣ୍ଡି ଜିଲ୍ଲା ଜନତା ଦଳର ସଭାପତି ଥିଲେ। ଜିଲ୍ଲାର ଅନେକ ସ୍କୁଲ, କଲେଜ, ମନ୍ଦିର ନିର୍ମାଣରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିଛି। ପ୍ରଥମ ତିରୋଧାନ ଦିବସ ଅବସରରେ ଅନେକ ବୁଦ୍ଧିଜୀବି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।





