ନୂଆ ବାଲେଶ୍ଵର ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ରେମୁଣା ଗୋଲେଇ ନିକଟସ୍ଥ ଦଧିବାମନ ନଗର ସ୍ଥିତ କୋଶମ୍ବ ମେଳା ପଡ଼ିଆ ପରିସରରେ ‘ନୂଆ ବାଲେଶ୍ଵର ଉନ୍ନୟନ ପରିଷଦ’ ପକ୍ଷରୁ ୨୦୨୬ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଚରଣ ହେମ୍ବ୍ରମଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ପରିଷଦର ସଭାପତି ଭଗବାନ ଦାସ ଖଣ୍ଡେଲଓ୍ଵାଲଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମ୍ପାଦକ ଶିଳ୍ପୀ କେଶୁଦାସ ମଞ୍ଚ ଆହ୍ବାନ ସହ ଅତିଥି ପରିଚୟ କରିଥିଲେ। ପଦ୍ମଶ୍ରୀ ଚରଣ ହେମ୍ବ୍ରମ ତାଙ୍କ ବକ୍ତବ୍ୟରେ ‘ନୂଆ ବାଲେଶ୍ଵର ଉନ୍ନୟନ ପରିଷଦ’କୁ ପ୍ରଶଂସା କରିବା ସହ ତାଙ୍କ ନିରାଡ଼ମ୍ବର ଜୀବନ, ଉତ୍ସର୍ଗୀକୃତ ଭାବେ ସାନ୍ତାଳୀ ଅଲଚିକି ଭାଷା, ସାହିତ୍ୟ ଓ ସାନ୍ତାଳୀ ନୃତ୍ୟଗୀତର ସେବା କରିବା ବିଷୟରେ କହିଥିଲେ।ପ୍ରକାଶ ଥାଉକି ଆଜି ସନ୍ଧ୍ୟାରେ ‘ଜ୍ଞାନଶ୍ରୀ’ ସ୍ବେଚ୍ଛାସେବୀ ସଙ୍ଗଠନର ‘ପ୍ରଣାମ ପ୍ରତିଭା’କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ଉପସଭାପତି ସୋମନାଥ ବିଶ୍ବାଳ, କମଳ ବିହାରୀ ଦାସ, ଉମାକାନ୍ତ ବେହେରା, ମୂରଲୀଧର ଦାଶ, ମନୋଜ ନାୟକ, ବଳଭଦ୍ର ଶତପଥୀ, ଗଗନ ଗିରି, ବିଶ୍ବନାଥ ରଣା, ରତିକାନ୍ତ ବେହେରା, ଉମେଶ ଦତ୍ତ, ସୁଶାନ୍ତ ମହାନ୍ତି, ସୁଶାନ୍ତ ପାତ୍ର, ଅଶୋକ ମଲ ପ୍ରମୁଖ ଉପସ୍ଥିତ ହୋଇ ସମ୍ବର୍ଦ୍ଧିତ କରିଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ‘କୋଶମ୍ବିନୀ’ର ମୁଖ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ଦାସ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.