ଅଧ୍ଯକ୍ଷ ଲକ୍ଷ୍ମଣ ପାଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ମହାବିଦ୍ୟାଳୟର ଅଧ୍ଯକ୍ଷ ଲକ୍ଷ୍ମଣ ପାଳ ଓ ଚତୁର୍ଥ ଶ୍ରଣୀ କର୍ମଚାରୀ ଦିବାକର ମଲ୍ଲିକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଓଡ଼ିଆ ବିଭାଗ ଅଧ୍ୟାପକ ଡ.ବିଭୂତି ଭୂଷଣ ଆଚାର୍ଯ୍ଯଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ କର୍ମଚାରୀ ସଂଘର ସଂପାଦକ ତେଜେଶ୍ୱର ନାୟକ ଅଧ୍ୟକ୍ଷ ଓ କର୍ମଚାରୀ ଙ୍କ ନିଯୁକ୍ତି ଠାରୁ ଆଜି ଅବସର ଗ୍ରହଣ ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟାବଳୀ, ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଂକ୍ଷିପ୍ତ ଉଦାହରଣ ମାଧ୍ୟମରେ ବୁଝାଇଥିଲେ l ଅଧ୍ଯାପକ ସରୋଜକୁମାର ପାଠୀ, ଗଣନାଥ ସୋରେନ୍ ହିମାଂଶୁ ଚରଣ ସାହୁ, ଆଲିପମା ସାହୁ, ବର୍ଷାରାଣୀ ସୁନ୍ଦରା ଉପସ୍ଥିତ ରହି ନିଜନିଜର ଅନୁଭୂତି ବାଖ୍ୟା କରିଥିଲେ l ଶେଷରେ ଅଧ୍ୟାପକ ଡ଼. ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.