ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦିନକୁ ଦିନ ବଢ଼ୁଥିବା ପ୍ଲାଷ୍ଟିକ ପ୍ରଦୁଷଣ ପରିବେଶ ଓ ମାନବ ଜୀବନ ପାଇଁ ଗଭୀର ସଙ୍କଟ ସୃଷ୍ଟି କରୁଥିବାରୁ ଏହି କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ରେ ସଫେଇ କାର୍ଯ୍ୟ ସହ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ପାଇଁ ଶପଥ ପାଠ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର କର, ଛାତ୍ରଛାତ୍ରୀମାନଙ୍କ ଏହି ସକ୍ରିୟ ଅଂଶଗ୍ରହଣ ଭବିଷ୍ୟତ ପିଢ଼ିଙ୍କ ପରିବେଶ ପ୍ରଦୂଷଣ ପ୍ରତି ସଚେତନତା ସୃଷ୍ଟି କରିବାରେ ଏକ ଶୁଭ ସଙ୍କେତ ବୋଲି ମତ ପ୍ରକାଶ କରିଥିଲେ। ପ୍ଲାଷ୍ଟିକ ବ୍ୟବହାର ପରିବେଶ ସହିତ ମାନବ ସ୍ବାସ୍ଥ୍ୟ ଓ ବନ୍ୟଜନ୍ତୁଙ୍କ ପାଇଁ ମଧ୍ୟ ଭୟଙ୍କର ବିପଦ ସୃଷ୍ଟି କରୁଛି ତେଣୁ ସେ ସମସ୍ତଙ୍କୁ ପ୍ଲାଷ୍ଟିକ ବ୍ୟବହାର ତ୍ୟାଗ କରି କାଗଜ, କପଡ଼ା ଓ ଅନ୍ୟାନ୍ୟ ପରିବେଶ ମିତ୍ର ବିକଳ୍ପ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।





