ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ନୁନ ପୁର ଗ୍ରାମ ପଞ୍ଚାୟତର ନୁନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମି ରାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପି ମଣି ଜାନୀ, ମୁଖ୍ୟ ବକ୍ତା ମ.ରାମପୁର ମହା ବିଦ୍ୟାଳୟ ରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଭବାନୀ ଶଙ୍କର ଯୋଶୀ, ଏ ବି ଇ ଓ ଜୟ ସେନ ନିଆଲ୍, ଏ ଇ ଇ ବଳ ବିନ୍ଦର ସିଂହ ଯାଦବ, ନୁନପୁର ସରପଞ୍ଚ ସବିତା ରଣା ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟ ରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରକାଶ ସେଠୀ, ତିମତି ମାଝୀ, ସୁନସୂତା ହାତୀ, ରାମେଶ୍ବର ପ୍ରସାଦ ସାହୁ, ବିନୟ ପଧାନ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।





