କଂଗ୍ରେସର ମନରେଗା ବଞ୍ଚାଅ ସଂଗ୍ରାମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ର ଆହ୍ଵାନ କ୍ରମେ ଆଜି ମ,ରାମପୁର ବ୍ଲକ୍ କଂଗ୍ରେସ ଦଳ ପକ୍ଷରୁ ମନରେଗା ବଞ୍ଚାଅ ସଂଗ୍ରାମ ଅନୁଷ୍ଠିତ ହୋଇ ଯାଇଛି । ମନରେଗା କେବଳ ଏକ ଯୋଜନା ନୁହେଁ ବରଂ ନିଶ୍ଚିତ କର୍ମ ଅଧିକାର ର ଏକ ବିଚାର ଅଟେ ବୋଲି କଂଗ୍ରେସ ଦଳ ର କର୍ମୀମାନେ ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ମ,ରାମପୁର ବ୍ଲକ୍ କଂଗ୍ରେସ ଦଳ ର ସଭାପତି ରୁଦ୍ର ପ୍ରସାଦ ସିଂହ ଙ୍କ ନେତୃତ୍ୱ ତଥା ଜିଲ୍ଲା କଂଗ୍ରେସ ସଭାପତି ଜନନ୍ଧର ନାଏକ, ଜିଲ୍ଲା ନେତୃତ୍ୱ ଉଛବ ସାହୁ, ସୁବାସ ଚନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତି ରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରିଥିଲେ । ଏଥିରେ ମ,ରାମପୁର ବ୍ଲକ୍ କଂଗ୍ରେସ ଦଳ ର ବରିଷ୍ଠ ନେତା ଚମରା ବଗର୍ତ୍ତି, ପ୍ରକାଶ ଚନ୍ଦ୍ର ମାଝୀ, ଚିତ୍ତ ରଂଜନ ବାଗ, ରଶ୍ମି ରଂଜନ ପ୍ରହରାଜ,ମୁରଲୀ ସାହୁ, ବସନ୍ତ ସାହୁ, କିଶୋର ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.