ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ମହା ଆଡମ୍ବରରେ ପିଏମ୍ ଶ୍ରୀ ଉତ୍ସବ ପାଳନ ହେଇଥିବା ଦେଖିବାକୁ ମିଳିଛି। ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବିଷମକଟକ ନିର୍ବାଚନ ମଣ୍ଡଳୀର ନୀଳମାଧବ ହିକକା ଯୋଗଦେଇ ଥିବା ବେଳେ ସଭାପତି ଭାବେ ଅତିରିକ୍ତ ଶିକ୍ଷାଧିକାରୀ କଲ୍ୟାଣସିଂହପୁର ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି, ସମ୍ମାନିତ ଅତିଥି କଲ୍ୟାଣସିଂହପୁର ସମିତି ଉପାଧ୍ୟକ୍ଷ ଡମ୍ବରୁ କଞ୍ଜକା, କଲ୍ୟାଣସିଂହପୁର କ ଜୋନ ଜିଲ୍ଲା ପରିଷଦ ବି ଭି ପ୍ରାସାଦ ରାଓ, ଖ ଜୋନ ଜିଲ୍ଲା ପରିଷଦ ଶ୍ରୀମତି ବି ଗୌରୀ ଦେବୀ ଙ୍କ ପ୍ରତିନିଧି ବି ମାଧବରାଓ, ସ୍ଥାନୀୟ ସରପଞ୍ଚ ସଞ୍ଜୟ ନିଶିକା, ସମିତି ସଭ୍ୟ ଡ଼ମ୍ବୁରୁ କୁଲସିକା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନୋଦ ନାଗ, ସାଂସଦ ପ୍ରତିନିଧି କୁମାର ସ୍ଵାମୀ କୌଶଲ୍ୟା,ଏ ପରମେଶ କୁମାର ଙ୍କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ଉପସ୍ଥିତ ରହି କାର୍ଯ୍ୟକର୍ମଟି କୁ ଆରମ୍ଭ କରିଥିଲେ । କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରୁ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ଉପକରଣ ଓ ଶିକ୍ଷଣୀୟ ସାମଗ୍ରୀ କୁ ଷ୍ଟୋଲ ମାଧ୍ୟମରେ ଲୋକଲୋଚନ କୁ ଆଣିବା ନିମନ୍ତେ ପ୍ରତିଫଳିତ କରିଥିଲେ |





