ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ସ୍ଥିତ ବୁଢାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଶୀ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ l ବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱିତୀକୃଷ୍ଣ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ର ମୁଖ୍ୟ ବକ୍ତା, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ସ୍ଥାନୀୟ ସରପଞ୍ଚ ତିଳୋତ୍ତମା ବାଗ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ଶିକ୍ଷକ ସୁରେଶ ମିଶ୍ର, ପଞ୍ଚସଖା ଶିକ୍ଷା ସେତୁ ସଭାପତି ରାଜକିଶୋର ସିଂ ବୁଡ଼େକ, ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ | ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଆଯାଇ ପାରିଲେ ହିଁ ସେମାନେ ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବାରେ ନିଜର ଅମୂଲ୍ୟ ଯୋଗଦାନ ଦେଇପାରିବେ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ l ବିଦ୍ୟାଳୟ ଶିକ୍ଷକ ଜଗଦିଶଚନ୍ଦ୍ର ମିଶ୍ର ସଭା ସଂଯୋଜନା କରିଥିବା ବେଳେ ଶିକ୍ଷକ ହେମନ୍ତ କରଣ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ପରିପେକ୍ଷୀରେ ରୀନା କଲେତ, ପ୍ରେମଜିତ ପଇତାଳ, କମଳାକାନ୍ତ ସାହୁ ଓ ସୁନୀଲ ଭୋଇଙ୍କ ତତ୍ତ୍ୱାବଧାନରେ ଚଳିତ ବର୍ଷ ବ୍ଲକସ୍ତରୀୟ ଗଣତନ୍ତ୍ର ଦିବସରେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ ସମ୍ବର୍ଦ୍ଧିତ ଦ୍ୱିତୀକୃଷ୍ଣ ପଧାନ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଜଗଦିଶଚନ୍ଦ୍ର ମିଶ୍ର, ଆଦର୍ଶ ଛାତ୍ର ବିବେକାନନ୍ଦ ରଣାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯିବା ସହ ପୂର୍ଵରୁ ଅନୁଷ୍ଠିତ ପ୍ରବନ୍ଧ, କୁଇଜ, ରଙ୍ଗୋଲି, ସଂଗୀତ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ରାଧାରାଣୀ ଶତପଥି, ଗଣନାଥ ବୁଡ଼େକ, ଛନ୍ଦାଚରଣ ସେଠ, ବିବେକାନନ୍ଦ ସୁନାନୀ, ସୁରେଶ ପଧାନ, ରେଶମ ଗଡ଼ତ୍ୟା, ପ୍ରତ୍ୟୁଷ ସୁପକାର, ପ୍ରତିଭା ମନହୀରା, ଦୀପାଞ୍ଜଳି ସାହୁ, ଭକ୍ତ ବାଗ, ଅନୁବ୍ରତ ପ୍ରଧାନ, ନୀଳିମା ଚନ୍ଦନ, ରଶ୍ମିତା ବେମାଲ, ବିଶ୍ୱରଞ୍ଜନ ଆଚାର୍ଯ୍ୟ, ପିତାମ୍ବର ବୁଡ଼େକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l





