ଦୈନିକ ଖବର କାଗଜ ‘ପର୍ଯ୍ୟବେକ୍ଷକ’ର ୨୮ତମ ବାର୍ଷିକ ଉତ୍ସବ ଅବସରରେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵର ରେଡକ୍ରସ ଭବନ ଠାରେ ଦୈନିକ ଖବର କାଗଜ ‘ପର୍ଯ୍ୟବେକ୍ଷକ’ର ୨୮ତମ ବାର୍ଷିକ ଉତ୍ସବ ବଡ଼ ଉତ୍ସାହର ସହିତ ଶେଷ ହୋଇଛି। ଏହି ଉପଲକ୍ଷେ ‘ପର୍ଯ୍ୟବେକ୍ଷକ’ ଓ ‘କଳିଙ୍ଗ କ୍ରୋନିକଲ’ ଗ୍ରୁପ୍ ଏବଂ ଇଣ୍ଡିଆନ ରେଡ କ୍ରସ ସୋସାଇଟି ଓଡିଶା ଶାଖା ତରଫରୁ ଏକ ବିଶାଳ ରକ୍ତ ଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।

Omkar Vasthu
Omkar Vasthu

‘ପର୍ଯ୍ୟବେକ୍ଷକ’ ଓ ‘କଳିଙ୍ଗ କ୍ରୋନିକଲ’ର ମୁଖ୍ୟ ସମ୍ପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ କ୍ୟାପିଟାଲ ହସ୍ପିଟାଲର ପିଜିଏମଆର୍ ଆଇର ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଶିଲ କୁମାର ପଟ୍ଟନାୟକ, ରେଡକ୍ରସ ଓଡିଶା ଶାଖାର ନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ ଓ କ୍ୟାପିଟାଲ ହସ୍ପିଟାଲର ପୂର୍ବତନ ବ୍ଲଡ ବ୍ୟାଙ୍କ୍ ମୁଖ୍ୟ ଅଫିସର ତଥା ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶିକା ଡାକ୍ତର ମମତା ମହାନ୍ତି ପ୍ରମୁଖ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଲୋକମାନେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଅଗେଇ ଆସିଥିବାରୁ ଅତିଥିମାନେ ପର୍ଯ୍ୟବେକ୍ଷକର ଏପରି ମହତ୍ ଉଦ୍ଦେଶ୍ୟର ଉଚ୍ଚ ପ୍ରଶଂସା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ରକ୍ତ ଯୋଗାଡ ପାଇଁ ଆମକୁ ବାହାରକୁ ଯିବାକୁ ପଡୁଛି ଲୋକଙ୍କୁ ବୁଝାଇ ମନାଇବାକୁ ପଡୁଥିବାବେଳେ ଆଜି ସ୍ଵ ଇଚ୍ଛାରେ ଲୋକମାନେ ରକ୍ତ ଦାନ ପାଇଁ ଆସିଥିବାରୁ ବହୁତ୍ ଖୁସି ଲାଗୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ରେଡକ୍ରସର ନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ। ରକ୍ତର ଉପାଦେୟତା ବହୁତ୍ ରକ୍ତ ଦାନ ଏକ ମହତ୍ ଦାନ, ଥାଲାସେମିଆ ଓ ସିକିଲ ସେଲ ରୋଗୀଙ୍କ ପାଇଁ ଏପରିକି ଏମର୍ଜେନ୍ସି ସର୍ଜରୀ ପାଇଁ ହଠାତ୍ ରକ୍ତ ଆବଶ୍ୟକ ପଡୁଥିବାରୁ ଅତି ଜରୁରୀ ପରିସ୍ଥିତିରେ ରୋଗୀଟିର ଜୀବନ ରକ୍ଷା ପାଇଁ ରକ୍ତ ଭଣ୍ଡାରକୁ ଏହିଭଳି ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ଆଣି ସଂରକ୍ଷଣ କରିବା ନିହାତି ଜରୁରୀ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ୧୮ରୁ ୬୫ ବର୍ଷ ବୟସ୍କମାନେ ବର୍ଷକୁ ୫ରୁ୬ଥର ରକ୍ତ ଦାନ କରିପାରିବେ।

Udyog Nursery
Udyogi Nursery

‘ପର୍ଯ୍ୟବେକ୍ଷକ’ର ୨୮ ତମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର ଆୟୋଜନ ହୋଇଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ କ୍ୟାପିଟାଲ ହସ୍ପିଟାଲ ପି ଜି ଏମ ଆର୍ ଆଇ ର ସର୍ଜରୀ ବିଭାଗ ପ୍ରଫେସର ସୁଶିଲ କୁମାର ପଟ୍ଟନାୟକ। ଅନ୍ୟତମ ଅତିଥି ଭାବେ ପୂର୍ବତନ ଅତିରିକ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶିକା ମମତା ମହାନ୍ତି ନିଜ ବକ୍ତବ୍ୟରେ ପର୍ଯ୍ୟବେକ୍ଷକ ଓ କଳିଙ୍ଗ କ୍ରୋନିକଲର ମୁଖ୍ୟ ସମ୍ପାଦକ ଶ୍ରୀ ପବିତ୍ର ମୋହନ ସାମନ୍ତରାୟଙ୍କ ଦିର୍ଘ ୨୮ ବର୍ଷର ସୋସିଆଲ ୱାର୍କ୍ ପାଇଁ ସାଧୁବାଦ୍ ଜଣାଇବା ସହିତ ଆଜିର ଦିନରେ ରକ୍ତଦାନ ଜୀବନ ଦାନ ବୋଲି କହିଥିଲେ। ରକ୍ତର ଆବଶ୍ୟକତା ବିଷୟରେ ବୁଝାଇବାକୁ ଯାଇ ଡାକ୍ତର ଶ୍ରୀମତୀ ମହାନ୍ତି କହିଥିଲେ ଯେ ଟ୍ରମା କେଆର, କ୍ୟାନ୍ସର ଇନଷ୍ଟିଚ୍ୟୁଟ ମାନଙ୍କରେ, ରୋଡ ଟ୍ରାଫିକ ଆକ୍ସିଡେନ୍ଟ ଘଟଣାରେ, ଗାଈନିକ ଡିପାଟମେଣ୍ଟରେ ପିପିଏଚ ଓ ଏପିଏଚ ବ୍ଲିଡ଼ିଂ ରେ ଜର୍ଜରିତ ରୋଗୀମାନଙ୍କ ଚିକିତ୍ସା ପାଇଁ କେବଳ ରକ୍ତ ଦରକାର ହେଉଥିବା ବେଳେ ଏବଂ ଏହି ରକ୍ତ କେବଳ ମଣିଷ ଦେହରେ ସୃଷ୍ଟି ହେଇଥିବାରୁ ଲୋକମାନେ ସ୍ୱତଃପ୍ରବୃତ୍ତ ଭାବେ ରକ୍ତ ଦାନ କରି ଅସହାୟ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଆହ୍ଵାନ ଦେଇଥିଲେ।

ଦୀର୍ଘ ୨୮ ବର୍ଷର ସଫଳ ପଦଯାତ୍ରାକୁ ମନେ ପକାଇ ‘ପର୍ଯ୍ୟବେକ୍ଷକ’ର ପ୍ରତିଷ୍ଠା ଦିବସ ଅବସରରେ ଅଗଣିତ ପାଠକ ପାଠିକା, ଲେଖକ ଲେଖିକା ତଥା ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଥିଲେ ମୁଖ୍ୟ ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ। ଏହି ପୁଣ୍ୟ ଅବସରରେ ରକ୍ତ ଦାନ ଶିବିରକୁ ଆଗାମୀ ଦିନରେ ରାଜ୍ୟର ସମସ୍ତ ବ୍ଲକ୍ ସବ ଡିଭିଜନ ଓ ଜିଲ୍ଲା ସ୍ତରରେ କରିବାକୁ ଘୋଷଣା କରିଥିଲେ। ପ୍ରାରମ୍ଭରେ ପ୍ରିୟବ୍ରତ ନାୟକ, ସତ୍ୟ ନାୟକ, ଅରୋବିନ୍ଦ୍ ମହାପାତ୍ର, ଲକ୍ଷ୍ମୀପ୍ରିୟା ନାୟକ ଜୟନ୍ତ ମହାପାତ୍ର ଓ ଅନ୍ୟାନ୍ୟ ବହୁ ଜନସାଧାରଣ ତଥା ବହୁ ସାମ୍ୱାଦିକ ରକ୍ତଦାନ କରିଥିଲେ। ସମସ୍ତଙ୍କ ପାଇଁ ପର୍ଯ୍ୟବେକ୍ଷକ ଓ କଳିଙ୍ଗ କ୍ରୋନିକ୍ଳ ଗ୍ରୁପ ତରଫରୁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା ଓ ସମସ୍ତଙ୍କୁ ଉତ୍ତରୀୟ ଆଉ ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ‘ପର୍ଯ୍ୟବେକ୍ଷକ’ର ସାମ୍ୱାଦିକ ଦେବ ପ୍ରସାଦ ମହାନ୍ତି, ସ୍ଵର୍ଣ୍ଣ ପ୍ରଭା ନାୟକ, ପ୍ରିୟବ୍ରତ ନାୟକ, ଅକ୍ଷୟ ପ୍ରସାଦ ମହାନ୍ତି, ପ୍ରସାର ଖୁଣ୍ଟିଆ,ପ୍ରତାପ କାଣ୍ଡି ଓ ପ୍ରମୋଦ କିଶୋର ପରିଡ଼ା, ଆନନ୍ଦ ପଟ୍ଟନାୟକ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.