ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘର ଭାଙ୍ଗିଲେ : ପରିବାରକୁ ଗାଁ ରୁ ବାଛନ୍ଦ ସହ ମାରିବାକୁ ଧମକ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): ସଂଘବଦ୍ଧ ଭାବେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ରାତି ଅଧରେ ଗୋଟିଏ ପରିବାରକୁ ଘରୁ ତଢ଼ିବା ସହ ନିର୍ମାଣାଧିନ ଗୋଟିଏ ଘରକୁ ଭାଙ୍ଗିଲେ ଦୁର୍ବୃତ୍ତ । ବେସାହାରା ପରିବାର ଏବେ ଥାନାର ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦୁର୍ଗମ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ସୁବର୍ଣ୍ଣଗିରୀ ପଞ୍ଚାୟତର ବାଣ୍ଡିଗୁଡ଼ା ଗ୍ରାମରେ । ସୂଚନା ପ୍ରକାରେ ଗତ ୨୮ ତାରିଖ ଦିନ ବାଣ୍ଡିଗୁଡ଼ା ଗ୍ରାମର ବିଶ୍ବନାଥ ବଳିୟାରସିଂ ରାତ୍ରି ଭୋଜନ ପରେ ନିଜ ପରିବାର ସହ ଘରେ ଶୋଇଥିବା ବେଳେ ସେହି ଗ୍ରାମରେ ରହୁଥିବା ବିଶ୍ୱନାଥଙ୍କ ଦାଦା ପୁଅ ଭାଇ ଓ କିଛି ଲୋକ ସଂଘବଦ୍ଧ ଭାବେ ବିଶ୍ଵନାଥଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ତାଙ୍କୁ ଘରୁ ତଡ଼ି ଦେଇଥିଲେ । ପରେ ତାଙ୍କର ଆଉ ଏକ ନିର୍ମାଣଧୀନ ଘରକୁ ଭାଙ୍ଗି ଦେଇଥିଲେ । ଏଥିସହିତ ଗାଁ କୁ ଆସିଲେ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏବେ ବେସାହାରା ପରିବାର ବର୍ଗ ଭୟଭୀତ ଅବସ୍ଥାରେ ଥିବା ସହ ଥାନାର ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ଏନେଇ କୋଟଗଡ଼ ଥାନା କେସ୍ ନଂ-୧୮/୨୦୨୬ ରେ ପାଞ୍ଚଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସେପଟେ ଆମ ପୂର୍ବ ପୁରୁଷ ସମୟରୁ ଆମେ ଏଠାରେ ବସବାସ କରିବା ସହ ଚାଷବାସ କରି ଆମେ ପରିବାର ପ୍ରତିପୋଷଣ କରୁଥିଲୁ । କିନ୍ତୁ ଆମ ଭାଇ ଗୁଙ୍କୁଲୁଟୁ ବଳିୟାରସିଂ ଆମ ଜାଗା ଛଡ଼ାଇ ନେବାକୁ ଚକ୍ରାନ୍ତ କରି କିଛି ଗ୍ରାମବାସୀଙ୍କୁ ଏକଜୁଟ କରି ଆମକୁ ଗାଁ ରୁ ତଡ଼ିଦେଇଛି ବୋଲି କହିଛନ୍ତି ବିଶ୍ବନାଥ ବଳିୟାରସିଂ । ଆମେ ଏବେ କୁଆଡେ଼ ଯିବୁ, କୋଉଠି ରହିବୁ,ଆମକୁ ନ୍ୟାୟ ଦିଅନ୍ତୁ ବୋଲି ପରିବାର ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.