ନର୍ଲା ହାଇସ୍କୁଲର ୬୪ତମ ବାର୍ଷିକ ଉତ୍ସବ

ଭଲ ମଣିଷ ହେବାପାଇଁ ଶୃଙ୍ଖଳା ନିତାନ୍ତ ଆବଶ୍ୟକ -ମୁଖ୍ୟବକ୍ତା ସନ୍ତୋଷ କୁମାର କର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲର ୬୪ତମ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ସୁନାମୁଦିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମଞ୍ଚ କାର୍ଯ୍ୟକ୍ରମରେ ଅତିରିକ୍ତ ନର୍ଲା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରତ୍ୟେକ ବିଦ୍ୟାଳୟ ବାର୍ଷିକ ଉତ୍ସବ କରିବା ଉଚିତ କାରଣ ଏହାଦ୍ବାରା ପିଲାଙ୍କ ସର୍ବାଙ୍ଗୀନ ବିକାଶ ହୋଇ ପାରିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

Omkar Vasthu
Omkar Vasthu

ସମ୍ମାନୀତ ଅତିଥି ଭାବରେ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଦେବ ବାଗ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ପରିଚାଳନା ସମିତିର ସଭାପତି ଲଳିତ ରଣା ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଭଲ ମଣିଷ ହେବା ପାଇଁ ପାଠ ସହିତ ଶୃଙ୍ଖଳା ନିତାନ୍ତ ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।

Pearl dental clinic
Near Ashish Medical Store, Bhawanipatna

ଅତିଥି ବୃନ୍ଦଙ୍କ ଗଣପତି ପୂଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନାମୁଦି ଅତିଥି ବୃନ୍ଦଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଇତ୍ୟବସରରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ପିଇଟି ଶିକ୍ଷକ ନାରାୟଣ ପଧାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଷିକ କ୍ରୀଡାରେ କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

Udyog Nursery
Udyogi Nursery

ଅପରାହ୍ନ ୩ ଘଣ୍ଟା ସମୟରେ ଦ୍ୱିତୀୟ ଅଧିବେସନ ଆରମ୍ଭ ହୋଇଥିଲା। ଏଥିରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମାର୍ଗଦର୍ଶନ ଦେବା ସହ ପୁରସ୍କାର ବିତରଣ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ ଶୀଲା ପ୍ରହରାଜ, ସୋନମରାଣୀ ପ୍ରଧାନ, ସର୍ମିତା ସେଠୀ, ଦେବସ୍ମୀତା ନାଏକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

ଜ୍ୟୋତିର୍ମୟୀ ମହାନ୍ତି, ମିନାକ୍ଷୀ ମିଶ୍ର, ଜେ.ଫାଲଗୁନା ରାଓ, ଧିରଜ ନେତାମ, କୃଷ୍ଣଶ୍ରୀ ମାଝୀ, କ୍ଷୀତିଶ ଚନ୍ଦ୍ର ପୋଢ, ପୃଥ୍ୱୀରାଜ ନାୟକ, ତାରିଣୀ ଧଙ୍ଗଡା ମାଝୀ, ତେଜରାଜ ସାହୁ, ମିତ୍ରସେନ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷୟତ୍ରୀ ପ୍ରଣତି ବୈଦ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.