ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସଂନ୍ଧ୍ଯାରେ ପିତାମହୁଲ ଗ୍ରାମର ସମସ୍ତ ମା-ଭଉଣୀ ମାଞ୍ଜିରମୁଢା ପୋଖରୀକୁ ଯାଇ ଖୋଲ କୀର୍ତ୍ତନ କରି କଳସ ଯାତ୍ରା କରିଥିଲେ। ଏଥିରେ କର୍ତ୍ତା ଦାୟିତ୍ବରେ ଥିଲେ ନରହରି ପୁଞ୍ଜି ଓ ତାଙ୍କ ସ୍ତ୍ରୀ ପୁତନା ପୁଞ୍ଜି। ମନ୍ତ୍ର ପାଠ କରିଥିଲେ ଉମାଶଙ୍କର ତ୍ରିପାଠୀ। । ପୂଜା କମିଟୀର ସଭାପତି କରମଚାନ୍ଦ ଜୈନ, ଶୀତଲ ଜୈନ, ଡୁଲମଣି ପୁଞ୍ଜି, ଲାଲକୃଷ୍ଣ ଖର୍ସେଲ, ନିରଞ୍ଜନ ବାଗ, ଦୀନ ବାଗ, ରାଜ ଭୁବନ ବାଗ, ନୀଲମଣି ବାଗ, ମକରନ୍ଦ ବାଗ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଶୁକ୍ରବାର ଦିନ ସକାଳରୁ ନାମ ଯଜ୍ଞ ଆରମ୍ଭ ହେବ।





