ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସ୍ଥିତ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ପାର୍ଥିବ ତାଣ୍ଡି ଓ ଯୁକ୍ତ-୨ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଉମାକାନ୍ତ ବେଣୁପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ, ଓ ବିଶିଷ୍ଟ ଅତିଥିଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତରୟାମି କହଁର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ପିଏଆଇଟିଡିଏ ପ୍ରଦ୍ୟୁମ୍ନ କୁମାର ଦାସ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା,ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଦକ୍ଷ ସଞ୍ଜୀବ କୁମାର ନାୟକ,ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟକାନ୍ତ ଭୋଇ, ବ୍ଳକ ମଙ୍ଗଳ ଅଧିକାରୀ ପଙ୍କଜ ବଳିଆର ସିଂ,ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ସଞ୍ଜୁ ମାଝୀ, ଲାଞ୍ଜିଗଡ ପୂର୍ବତ୍ତନ ସରପଞ୍ଚ ସୁଶ୍ରୀ ମଣି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ୱାରା ଗଣେଶ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଅଧ୍ୟାପକ ମାନସ ରଞ୍ଜନ ରଥ ପରିଚାଳନା କରିଥିବା ବେଳେ ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥିବ ତାଣ୍ଡି ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନିହାରକାନ୍ତ ବିଶ୍ୱାଳ, କାଶି ବିଶ୍ୱନାଥ ରଣସିଙ୍ଘ, ଭବେଶ ପାଟଯୋଶୀ, ଆଲୋକ ସାହୁ, ଅଧ୍ୟାପକ ଡ଼.ମାନସ ରଞ୍ଜନ ରଥ, ହରଧନ ଦେବନାଥ, ଦିଲ୍ଲୀପ କୁମାର ମହନ୍ତ, ପି. ପ୍ରିୟଦର୍ଶୀନୀ ପାତ୍ର, ହରୀକୃଷ ବିଶୋଇ, ଜଗମୋହନ ସାହୁ, ଅକ୍ଷୟ କୁମାର ପୁରୋହିତ, ଖେଳ ଶିକ୍ଷକ ପରମେଶ୍ବର ହରିଜନ, ପାର୍ଥିବ ସାରଥୀ ବାରିକ, ଦେବେନ୍ଦ୍ର କୁମାର ଧଙ୍ଗଡାମାଝୀ, ଜୋଶବନ୍ତି ଶବର, ସୁନୀଲ ଛତର, ସୁମନ୍ତ ସା, ମଧୁସୂଦନ ବାଗ, ସୀମାଞ୍ଚଳ କାଡ୍ରକା, ସୁନିତା ବେହେରା, ସୁଶାନ୍ତ ମାଝୀ, କେ. ଶଙ୍କର ଆଚାରି, ସୁନିତା ଧଙ୍ଗଡା ମାଝୀ, ବିଳାସିନୀ ସେଠ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅଧ୍ୟକ୍ଷ ଉମାକାନ୍ତ ବେଣୁପାଣି ଧନ୍ୟବାଦ ଅର୍ପଣ କରିଥିଲେ।





