ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବିଦ୍ୟାଳୟ ମାନଙ୍କରେ ଜାତି ଧର୍ମ ଉର୍ଦ୍ଧ୍ଵରେ ଭାଇ ଚାରା ରଖି ସମାନତା ଭାବରେ ଛାତ୍ରଛାତ୍ରୀ ମାନେ ସୁସ୍ଥ ମସ୍ତିଷ୍କରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ସରକାର UGC ବିଲ ଆଣିଛନ୍ତି। ଏହି ବିଲକୁ କିଛି ଜାତିବାଦୀ ମାନସିକତାର ବ୍ୟକ୍ତି ମାନେ ବିରୋଧ କରୁଛନ୍ତି। ତେବେ ଏହି ବିଲ ସପକ୍ଷରେ ଆଜି କଳାହାଣ୍ଡି ଜିଲ୍ଲାରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପଙ୍କ ଆହ୍ଵାନ କ୍ରମେ ଓବିସି, ଏସଟି, ଏସସି ସମାଜିକ ସଂଗଠନ ଓ ବହୁଜନ ରାଜନୈତିକ ଦଳ ଗୁଡିକ ମିଳିତରେ ବୈଠକ କରାଯାଇଛି। ଉକ୍ତ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ଯେ, ଆସନ୍ତା ଫେବୃଆରୀ ୧୭ ମଙ୍ଗଳବାର ଦିନ ଜିଲ୍ଲାର ସମସ୍ତ ସାମାଜିକ ଓ ରାଜନୈତିକ ଦଳ ହଜାର ହଜାର ସଂଖ୍ୟାରେ ଏକତ୍ରୀତ ହୋଇ ଏକ ବିଶାଲ ରେଲି ଶୋଭାଯାତ୍ରା ବାହାରି UGC ବିଲ ସପକ୍ଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ଦିଆଯିବ। ଏନେଇ ଆୟୋଜିତ ବୈଠକରେ ଏପିଆଇ ରାଜ୍ଯ ପ୍ରଭାରୀ ଛବିଲାଲ ନିଆଲ, ବିଏମଏମ ରାଜ୍ଯ ପ୍ରଭାରୀ ମାଧବ ସୁନାନୀ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଆଦିତ୍ଯ ହଂସ, ବିଏସପି ସମ୍ପାଦକ ତେଜରାଜ ବେହେରା, ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, ସାମାଜିକ ମୁଖ୍ୟ ଗିରିଜା ବେହେରା, କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା, ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପ୍, କେସିଙ୍ଗା ବ୍ଳକ ସଭାପତି ଭାଗିରଥି ନାଏକ, କାର୍ଯ୍ୟକାରୀ ସଭାପତି ବିକ୍ରମ ହରପାଲ, ଗୋଲାମୁଣ୍ଡା ବ୍ଳକ ସଭାପତି ରାମ କୁମାର ସେନାପତି, ବିଏମପି ଜିଲ୍ଲା ସଭାପତି ମହେନ୍ଦ୍ର ଧାଙ୍ଗଡାମାଝି, ବ୍ରାସ ସଭାପତି ତ୍ରିନାଥ ନାଏକଙ୍କ ସମେତ ଅନେକ ସଂଗଠନର କର୍ମକର୍ତ୍ତା ଉପସ୍ଥିତି ଥିଲେ।





