ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ହିନ୍ଦୁ ସମ୍ମିଳନୀ ର ଆୟୋଜନ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ସର୍ଗିଗୁଡା ରେ ଏନେଇ ଅନୁଷ୍ଠିତ ହୋଇଛି ହିନ୍ଦୁ ସମ୍ମିଳନୀ। ଏଥିରେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଆୟୋଜିତ ହୋଇଛି। ଘଣ୍ଟମାଳ, ଗାଡେବନ୍ଧ ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ କୁ ନେଇ ଆୟୋଜିତ ହୋଇଥିଲା ମଣ୍ଡଳ ସ୍ତରୀୟ ହିନ୍ଦୁ ସମାବେଶ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବୌଦ୍ଧିକ ପ୍ରମୁଖ ଅଜୟ କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ର ସଭାପତି ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଚକ୍ରଧର ସା। ଏନେଇ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ସର୍ଗିଗୁଡା ପୁଷ୍କରିଣୀ ରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରହରୀ ମଣ୍ଡପ ଠାରେ କଳସ ସ୍ଥାପନା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ଗୌର ଚନ୍ଦ୍ର ବେହେରା ଓ ତାଙ୍କ ସହ ଧର୍ମିଣି ମୁଖ୍ୟ କର୍ତ୍ତା ଭାବରେ କଳସ ମୁଣ୍ଡେଇ ଥିଲେ। ରଞ୍ଜନ ତ୍ରିପାଠୀ ଓ ତପନ ସାହୁ ଯଜ୍ଞ ସଞ୍ଚାଳନ କରିଥିଲେ। ପ୍ରଦୀପ କୁମାର ନାଏକ, ଦେବେନ୍ଦ୍ର ବିଶ୍ବାଳ ଓ ପ୍ରସନ୍ନ ଗାଉଡ଼ିଆ ସହଯୋଗ କରିଥିଲେ। ଟୁନୁ ଗଡତିଆ, ସଂଘମିତ୍ରା ସାହୁ, ଜହରଲାଲ ବିଶ୍ବାଳ, ସୁଦାମ ମିଶ୍ର, ବାବୁଲା ମହାରଣା, ଫକୀର ପୁଟେଲ ପ୍ରମୁଖ ସଂସ୍କାର ଯଜ୍ଞ ସଞ୍ଚାଳନ କରିଥିଲେ। ବିଶ୍ବ ହିନ୍ଦୁ ପରିଷଦ ର ସଂଗଠନ ମନ୍ତ୍ରୀ ରାମଚନ୍ଦ୍ର ନାଏକ, ମାର୍ଗ ଦର୍ଶକ ମଧୁବାବା ଉପସ୍ଥିତ ରହି ହିନ୍ଦୁତ୍ବ ସୁରକ୍ଷା ଓ ହିନ୍ଦୁ ଏକତା ଉପରେ ମାର୍ଗଦର୍ଶନ ଦେଇଥିଲେ। ହିନ୍ଦୁ ଜାଗରଣ ସାମୁଖ୍ୟ ର କାର୍ଯ୍ୟକର୍ତ୍ତା ପ୍ରଫୁଲ୍ଲ କୁମାର ନାଗ, ଖଗେଶ୍ୱର ବିଶ୍ଵାଳ, ନିହାର ନାଏକ, ସଞ୍ଜୟ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏଥିରେ ଗାୟତ୍ରୀ ପୂଜନ ସମ୍ବନ୍ଧିତ ପୁସ୍ତକ ଷ୍ଟଲ ମଧ୍ଯ ଉପଲବ୍ଧ କରଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଚକ୍ରଧର ସା ଧନ୍ୟବାଦ ଅର୍ପଣ କରିଥିଲେ।





