କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ୬୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ୬୬ତମ ବାର୍ଷିକ ଉତ୍ସବ ଏବଂ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ୧୨୬ତମ ଜୟନ୍ତୀ ସମାରୋହ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।

ଅଧ୍ୟକ୍ଷା ଡକ୍ଟର ଝାନ୍‌‌ସୀ ଜେନା ଏଥିରେ ପୌରୋହିତ୍ୟ କରିବା ସହ ସ୍ୱାଗତ ଅଭିଭାଷଣ ରଖିଥିଲେ। ମୁଖ୍ୟଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ସମୟର ସଦୁପଯୋଗ କରିବା ଲାଗି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯେଉଁ ମଣିଷ ଆଗାମୀ ଭବିଷ୍ୟତକୁ ଆଖି ଆଗରେ ରଖି କର୍ମ କରେ ସେ ସଫଳତା ଲାଭ କରିଥାଏ ବୋଲି କହିଥିଲେ।

ମୁଖ୍ୟବକ୍ତା ସ୍ତମ୍ଭକାର ଅଭୟ ଦ୍ୱିବେଦୀ ସଂକଳ୍ପ ନେଇ ସାଧନା ଜାରି ରଖିବାକୁ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଛାତ୍ରୀ ପରିଷଦର ଉପ ସଭାପତି ଅଧ୍ୟାପକ ସଞ୍ଜୟ ସ ଅତିଥି ପରିଚୟ ଦେଇଥିଲେ। ଅଧ୍ୟାପିକା ମହାଶ୍ୱେତା ପାଣ୍ଡେ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଜେନା ବାର୍ଷିକ ବିବରଣୀ ପାଠ କରିବା ସହ ମହିବିଦ୍ୟାଳୟର ଭତ୍ତିଭୂମି ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶେଷରେ ଅଧ୍ୟାପକ ରାଜକିଶୋର ପଣ୍ଡିତ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନାଟ୍ୟକାର ପ୍ରଦୀପ ଭୌମିକଙ୍କ ନାଟକ ‘ତୁଳସୀ ଗଛ’କୁ ମହାବିଦ୍ୟାଳୟର ଛାତ୍ରୀମାନେ ମଞ୍ଚସ୍ଥ କରିଥିଲେ। ଶ୍ୟାମପଦ ମଣ୍ଡଳ, ଅଧ୍ୟାପକ ରାଜକିଶୋର ପଣ୍ଡିତ ଓ ଅମିତ୍ ବର୍ଦ୍ଧନ ନାଟ୍ୟ ନିର୍ଦେଶନା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.