କଳାହାଣ୍ଡି ଜିଲ୍ଲା ଯାଦବ ସମିତି ପକ୍ଷରୁ ସମ୍ବର୍ଦ୍ଧନା ସଭା: ସତ୍ୟ ନାରାୟଣ ନାଏକଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକର ମଥୁରା ଯାଦବ ଭବନ ଠାରେ କଳାହାଣ୍ଡି ଜିଲ୍ଲା ଯାଦବ ସମିତି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଟିକଚନ ନାଗଙ୍କ ଅଧକ୍ଷତାରେ ଏନେଇ ଆୟୋଜିତ ସଭାରେ ବିଶିଷ୍ଟ କବି, ଗବେଷକ, ଲେଖକ ତଥା ଚାରି ଶହରୁ ଉର୍ଦ୍ଧ୍ଵ ଘୁମୁରା ଗୀତ ଲେଖି କଳାହାଣ୍ଡିର ଲୋକ ଗୀତ ଓ ଲୋକ ସଂଗୀତକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ଦେଇଥିବା କଳାହାଣ୍ଡିର ବରପୁତ୍ର ସତ୍ୟନାରାୟଣ ନାଏକଙ୍କୁ ସମର୍ଦ୍ଧିତ କରାଯାଇ ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିବାକୁ ଦୃଢ଼ ଦାବୀ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସଂସ୍କୃତି ଗବେଷକ, ରାଜ୍ୟପାଳ ପୁରସ୍କାର ଓ କଳାହାଣ୍ଡି ବରପୁତ୍ର ସମ୍ମାନ ପାଇଥିବା ଲେଖକ ସିମାଞ୍ଚଳ ନାଗ, ଉସ୍ତାଦ ବିସମିଲା ଖାଁ ପୁରସ୍କାର ବିଜେତା ଲୋକ କଳାକାର ସର୍ବେଶ୍ୱର ଭୋଇ, ଆନ୍ତର୍ଜାତିକ ଫୂଟବଲ ରେଫେରୀ ନବୀନ ନାଏକ ଓ ୨୦୨୬ ଜାନୁଆରୀ ୨୬ ତାରିଖରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପୁରସ୍କାର ବିଜେତା ସର୍ବେଶ୍ୱର ଗହୀରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମର୍ଦ୍ଧିତ କରାଯାଇଥିଲା। ଏହି ସଭାକୁ ୯ମ କଳାହାଣ୍ଡି ଜ଼ିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଂଯୋଜକ କୀର୍ତ୍ତନ ନାଏକ ଯାଦବ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଯାଦବ ମହାସଭାର ଉପଦେଷ୍ଟା ଡ଼ମ୍ବରୁଧର ଲହଜଲ, ବିଶିଷ୍ଟ ଶିକ୍ଷାବିତ ମାଧବ ଲହଜଲ, କର୍ମଚାରୀ ସଙ୍ଘ ସଭାପତି ଲଖମନ ବଛା, ଜୁନାଗଡ଼ ବ୍ଲକ ସଭାପତି ଗୌରହରି ବାଗ, ସମ୍ପାଦକ ଚନ୍ଦ୍ର ଶେଖର ବାଗ, ଉପସଭାପତି ଈଶ୍ୱର ଗୋପାଳ, ଯାଦବ ମହାସଭା ଜିଲ୍ଲା ଅଭ୍ୟର୍ଥନା କମିଟି ଉପସଭସପାତି ପ୍ରମୋଦ ହଂସ, ସଦାନନ୍ଦ ଚନ୍ଦନ, କେଦାର ଖରସେଲ, କିଶୋର ହଂସ, ବରିଷ୍ଠ ଯାଦବ ନେତୃତ୍ୱ ନରହରି ବାଗ,  ଯୁବ ଯାଦବ ମହାସଭା ଜିଲ୍ଲା ଉପସଭାପତି ଡାକେ ଲହଜଲ, ଧର୍ମଗଡ଼ ବ୍ଲକ ସମ୍ପାଦକ ଅରକ୍ଷିତ ଭଇଁସଲ, ଧର୍ମଗଡ଼ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଗଣପତି ବାଗ, ପ୍ରତାପ ରାଉତ ପ୍ରମୁଖ ଏହି ସଭାରେ ଅତିଥି ଭାବେ ଯୋଗଦେଇ ଥିଲେ। ଶେଷରେ ବିଶିଷ୍ଟ ଉଦଘୋଷାକ ତଥା ଶିକ୍ଷାବିତ ମାଧବ ଲହଜଳ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.