ତୃତୀୟ ମେଧାବୃତ୍ତି ପରୀକ୍ଷାରେ ସଫଳତା ଆଣିଲେ ଧରପଗଡ଼ର ଅମନ କରନ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ଼ ଗ୍ରାମପଞ୍ଚାୟତ ସମଲେଶ୍ୱରୀ ଶିଶୁମନ୍ଦିରର ଅମନ କରନ ତୃତୀୟ ଶ୍ରେଣୀ ପରୀକ୍ଷାରେ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅର୍ଜନ କରି ଉତୀର୍ଣ୍ଣ ହୋଇଛନ୍ତି। ଅମନ କରନକୁ ସଇଁତଲା ଅଂଚଳରେ ଗର୍ବ ଗୌରବ ଆଣିଛନ୍ତି। ସଫଳତା ପଛରେ ବାପା ମା ତଥା ସମସ୍ତ ଗୁରୁଜୀ ଗୁରୁମାନଙ୍କ ଭୂମିକା ରହିଛି। ଉଚିତ ମାର୍ଗ ଦର୍ଶନ ଓ ପାଠ ପଢ଼ା ପାଇଁ ଟ୍ୟୁସନ ଶିକ୍ଷାକ ପ୍ରଭାତ ବାବୁଙ୍କୁ ଶ୍ରେୟ ଦେଇଛନ୍ତି। ଏହି କୃତିତ୍ୱ ପାଇଁ ସବୁ ଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.