ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ସ୍କୁଲରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବଲାଙ୍ଗୀର ଆନୁକୂଲ୍ୟରେ ଜାତୀୟ କୃମିନାଶକ ଦିବସ ପାଳିତ ଅନୁଷ୍ଠିତ ହୋଇଯାଇଛି | ସ୍କୁଲ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସଫଳା ଖମାରୀ ମୁଖ୍ୟ ବକ୍ତା, ଶିକ୍ଷକ ଦିଲୀପ ମିର୍ଦ୍ଧା, ଶିକ୍ଷୟିତ୍ରୀ ବନ୍ଦନା ରଣା, ଭାର୍ଗବୀ ରାଜପଲିଆ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜାତୀୟ କୃମିନାଶକ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ବୁଝାଇଥିଲେ | ସଭା ପରେ ଅଭିଭାବକଙ୍କ ଉପସ୍ଥିତିରେ ଆଶାକର୍ମୀ ମଞ୍ଜୁଲତା ବଗର୍ତ୍ତୀ, ସୁମିତ୍ରା କାଲସାଏ ଛାତ୍ରଛାତ୍ରୀଙ୍କୁ କୃମିନାଶକ ଔଷଧ ସେବନ କରାଇଥିଲେ | ଶିକ୍ଷକ ମୁରଲୀ ହାତୀଖୁଜିଆ, ପ୍ରହ୍ଲାଦ ସିନ୍ଧ୍ରୀଆ, ଶିକ୍ଷୟିତ୍ରୀ ବୈଜୟନ୍ତୀ ମହାକୁର, ଲକ୍ଷ୍ମୀ ନାଗ, ସାବିତ୍ରୀ ରାଜପଲିଆ, ସଙ୍ଗୀତା ବାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





