ଓଡ଼ିଆ ବାର୍ତ୍ତା/ ସିନାପାଲି (ଲକ୍ଷ୍ମୀକାନ୍ତ ହଂସ): ସିନାପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷା, ସଂସ୍କୃତି ଓ ପରମ୍ପରା ଅଧାରିତ ୩୨ ବର୍ଷର ଯାତ୍ରା, ” ୩୨ ତମ ବାର୍ଷିକ ଉତ୍ସବ ୨୦୨୫-୨୬” ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧିକ, ଆଧ୍ଯାତ୍ମିକ, ସେବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମହାସମାରୋହରେ ଆୟୋଜିତ ହୋଇଥିଲା । କୁନିକୁନି ଛାତ୍ରଛାତ୍ରୀ ମାନେ ତାଙ୍କର ନିଖୁଣ କଳାର ପ୍ରଦର୍ଶନ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଶ୍ରୀଯୁକ୍ତ ନରହରି ମେହେର (ସଭାପତି, ପରିଚାଳନା ସମିତି, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସିନାପାଲି) । ମୁଖ୍ଯଅତିଥି ଭାବରେ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ ( ବିଧାୟକ ଖଡିଆଳ) ମଞ୍ଚାସୀନ ରହିଥିଲେ । ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଗୌରାଙ୍ଗ କୁମାର ସାହୁ (ସହକାରୀ ଶିକ୍ଷକ, ରାଜା ଏ.ଟି. ହାଇସ୍କୁଲ, ଖଡିଆଳ) ମଞ୍ଚାସୀନ ରହିଥିଲେ ଏବଂ ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ନାୟକ ଏବଂ ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ଚରଣ ନେତାମ ମଧ୍ଯ ମଞ୍ଚାସୀନ ରହିଥିଲେ। ବିଷିଷ୍ଟ ଅତିଥି ଭାବରେ ନୂଆପଡା ଜିଲ୍ଲା ଶିଶୁମନ୍ଦିର ଯୋଜନା ପ୍ରମୁଖ ଶ୍ରୀଯୁକ୍ତ ଧୃବ ପାତ୍ର ଏବଂ ଖଡିଆଳ ସଙ୍କୁଳ ସଂଯୋଜକ ତଥା ଖଡିଆଳ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ଜଗଦୀଶ ପୁଟେଲ ଯୋଗଦାନ କରିଥିଲେ। ମୁଖ୍ଯଅତିଥି ଖଡିଆଳ ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କର ଅଭିଭାଷଣରେ କହିଥିଲେ ଯେ ଆଗାମୀବର୍ଷ ମାନଙ୍କରେ ତାଙ୍କର ବିଧାୟକ ପାଣ୍ଠିରୁ ୬୦ ପ୍ରତିଶତ ଅର୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ପ୍ରଦାନ କରିବା ସହିତ ସିନାପାଲି ଶିଶୁ ବିଦ୍ୟାମନ୍ଦିରର ଆଶାପୁରଣ କରିବା ପାଇଁ ନବମ ଓ ଦଶମ ଶ୍ରେଣୀ ଆରମ୍ଭ କରିବା ପାଇଁ ଦୁଇଟି ଶ୍ରେଣୀର ଗୃହ ପ୍ରଦାନ କରିବା ସହିତ ବିଦ୍ୟାମନ୍ଦିର ଲାଇବ୍ରେରୀ ପାଇଁ ୧୦୦ ଖଣ୍ଡ ଦାମି ପୁସ୍ତକ ପ୍ରଦାନ କରିବେ ଏବଂ ସେ ଅଭିଭାବକ ମାନଙ୍କୁ ଆହ୍ଵାନ କରିଥିଲେ ଯେ ସେମାନେ ମଧ୍ଯ ଲାଇବ୍ରେରୀ ପାଇଁ ପୁସ୍ତକ ପ୍ରଦାନ କରି ଏହି ମହତ କାର୍ଯ୍ୟର ଭାଗିଦାର ହୁଅନ୍ତୁ। ଏହି କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ଚରଣ ନେତାମ (ପ୍ରଧାନ ଆଚାର୍ଯ୍ଯ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସିନାପାଲି)ଙ୍କ ତତ୍ତ୍ବାବଧାନରେ ଏବଂ ଉକ୍ତ ଶିଶୁ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହିତ ସେବକ ଭାଇ ଓ ସେବିକା ମାଉସୀ ଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସହଯୋଗରେ ସାଫଲ୍ଯ ମଣ୍ଡିତ ହୋଇଥିଲା। ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି ମୁଖ୍ଯଭୁମିକା ଗ୍ରହଣ କରିଥିବା ବେଳେ, ଅଭିଭାବକ ଅଭିଭାବିକା ଉକ୍ତ ବାର୍ଷିକ ଉତ୍ସବରେ ଯୋଗଦାନ ପୁର୍ବକ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ସଦସ୍ଯ ସଦସ୍ୟା , ମାତୃଭାରତୀର ପୂର୍ବତନ ସଦସ୍ୟା, ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସମେତ ବର୍ତ୍ତମାନର ପରିଚାଳନା ସମିତିର ସଦସ୍ଯ ସଦସ୍ୟା ଉପସ୍ଥିତରହି କାର୍ଯ୍ୟକ୍ରମର ସୋଭା ବର୍ଦ୍ଧନ କରିଥିଲେ । ଅଗଣିତ ସୁଭେଚ୍ଛୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସ୍ବାଗତ ଦାୟିତ୍ବରେ ଗୁରୁମାଁ ଅଲିଭା ପଣ୍ଡା, ଖୁସବୁ ସତନାମୀ, ଗୁରୁଜୀ ଲଳିତ କୁମାର ନାୟକ ଓ ରୋହିତାଶ୍ବ ନାୟକ ରହିଥିଲେ । ମଞ୍ଚସଜ୍ଜା ଦାୟିତ୍ବରେ ଗୁରୁଜୀ ଧନେଶ୍ଵର କାଣ୍ଡ, ବିରଞ୍ଚି ସାହୁ ଓ ଗଜମନ ନିଆଲ ରହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ବରେ ଗୁରୁଜୀ ପଞ୍ଚାନନ ନାୟକ , ଦେବାଶିଷ ନାୟକ, ଗୁରୁମା ମିନାକ୍ଷୀ ପାଢି, ନିହାରିକା ଖମାରୀ ଓ ଡାକନ୍ତି ହଂସ ରହିଥିଲେ । ଶାନ୍ତି ସୃଙ୍ଖଳା ଦାୟିତ୍ବରେ ଗୁରୁଜୀ ଖିରୋଦ ସୁନାରୀ, ଲୋକେଶ୍ବର ନାୟକ, ହରିନାଥ ନାଗେଶ , ସୁରେନ୍ଦ୍ର ନାୟକ, ଖମନଲାଲ ରଣା, ଜଗଦୀଶ ନାଏକ ଓ ଚୌବନ ସା ରହିଥିଲେ । ଭୋଜନ ଦାୟିତ୍ବରେ ଗୁରୁଜୀ ମନମୋହନ ପଣ୍ଡା ଏବଂ ରୋହନ ଯୋଶୀ ରହିଥିବା ବେଳେ , ପରିବେଶଣ କାର୍ଯ୍ୟ ଗୁରୁଜୀ ଗୁରୁମା, ଆଭିଭାବକ ଅଭିଭାବିକା ମାନେ ସୁଚାରୁ ରୁପରେ ସମ୍ପାଦନ କରିଥିଲେ । ଦେବ ପୂଜନ ଦାୟିତ୍ବରେ ଗୁରୁମା ରଞ୍ଜିତା ଠାକୁର ରହିଥିବା ବେଳେ, ଗୁରୁଜୀ ସ୍ବପ୍ନେଶ୍ବର କାଣ୍ଡ ମଞ୍ଚ ପରିଚାଳନା କରିଥିଲେ ।





