ପଞ୍ଚଦିବସୀୟ ଓଡ଼ିଶା ପାଠ୍ୟକ୍ରମ ରୂପରେଖା–୨୦୨୬ ଓ ନୂତନ ପାଠ୍ୟପୁସ୍ତକ ସଞ୍ଚାଳନ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ସ୍ଥିତ ପିଭିଟିଜି ବାଳକ ଆଶ୍ରମ ସ୍କୁଲରେ ଲାଞ୍ଜିଗଡ଼ ବ୍ଲକ୍ ସ୍ତରୀୟ ପଞ୍ଚଦିବସୀୟ “ଓଡ଼ିଶା ପାଠ୍ୟକ୍ରମ ରୂପରେଖା–୨୦୨୬” ଓ ନୂତନ ପାଠ୍ୟପୁସ୍ତକ ସଞ୍ଚାଳନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର “ପ୍ରବୋଧନ” ସଫଳତାର ସହିତ ଆୟୋଜିତ ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ଲାଞ୍ଜିଗଡ଼ ଓ ହରେକୃଷ୍ଣପୁର କ୍ଲଷ୍ଟର ର ମୋଟ ୫୦ ଜଣ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। ପ୍ରଶିକ୍ଷଣର ଇନ୍ଚାର୍ଜ ଭାବେ ଶ୍ରୀ ଜଳନ୍ଧର ମାଝୀ ଦାୟିତ୍ୱ ନିଭାଇଥିବା ବେଳେ ପ୍ରଶିକ୍ଷଣର ମୁଖ୍ୟ ଆଲୋଚନାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଶିକ୍ଷା ସହିତ ସମନ୍ୱୟ କରିବା ଉପରେ ଜୋର ଦିଆଯାଇଥିଲା। ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକର ନାମ ପରିବର୍ତ୍ତନ ତଥା ନୂତନ ପାଠ୍ୟକ୍ରମ ସଂଯୋଗ କରାଯାଇଥିବା ସହ,ଆଗାମୀ ଶିକ୍ଷା ବର୍ଷରୁ ଏହି ନୂତନ ପୁସ୍ତକଗୁଡ଼ିକ ପାଠଦାନରେ ଅନୁପ୍ରବେଶ କରାଯିବ ବୋଲି ସୂଚନା ମିଳିଥିଲା। ଶିବିରର ତୃତୀୟ ଦିବସରେ ମନିଟରିଂ ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭରତ ଭୂଷଣ ସାହୁ ଯୋଗଦେଇଥିବା ବେଳେ ଚତୁର୍ଥ ଦିବସରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ଶୁଢ଼ଳ ଦେବ ମୁଣ୍ଡ ଉପସ୍ଥିତ ଥିଲେ।ସେହିପରି ଶେଷ ତଥା ପଞ୍ଚମ ଦିବସରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେର ଶିବିରକୁ ପରିଦର୍ଶନ କରିବା ସହ ସମସ୍ତ ପ୍ରଶିକ୍ଷାର୍ଥି ଙ୍କୁ ସାର୍ଟି ଫିକେଟ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷକ ଭାବେ ଶ୍ରୀ ପ୍ରଭାତ ପାଠୀ, ଶ୍ରୀ ସନ୍ତୋଷ ସେଠୀ, ଶ୍ରୀମତୀ ମୋନାଲିସା ଜେନା ଓ ଶ୍ରୀ ବିନୋଦ ମହାରଣା ସଫଳତାର ସହିତ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.