ଆଭାସୀ ମାଧ୍ୟମରେ ନର୍ଲା ଥାନାର ନୂତନ କୋଠା ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଭାସୀ ମାଧ୍ୟମରେ ନର୍ଲା ଥାନାର ନୂତନ କୋଠାର ଶୁଭ ଉଦଘାଟନ କରିଛନ୍ତି। ନର୍ଲା ଥାନାଧିକାରୀ ବିଜୟରାଜ ମାଝୀଙ୍କ ତତ୍ବାବଧାନରେ ଏନେଇ ଥାନା ପରିସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟର ନୂତନ ଥାନା କୋଠା ସବୁ ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଥିଲା। ସେହି କ୍ରମରେ ନର୍ଲାର ନୂତନ ଥାନା କୋଠା ମଧ୍ୟ ଉଦଘାଟିତ ହୋଇଛି। ଏଥିରେ ନର୍ଲା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମନ୍ମୟ ଚାନ୍ଦ, ଚିରଞ୍ଜିବୀ ଗୌଡିଆ, ନିଳମଣି ସାହୁ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, କୌତୁକ ଖମାରୀ, ଦୁର୍ଯ୍ୟୋଧନ କୁମାର, ନର୍ଲା ସରପଞ୍ଚ ତନୁଜା ହରପାଲ, ବାଗପୂର ସରପଞ୍ଚ ଗୋପାଳ ହାତୀ, ସେରଗଡ ସରପଞ୍ଚ ରାହୁଲ ସାହୁ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ଘାସିରାମ ସାହୁ, ଜୟନ୍ତ ଗଉଡ, ମନ୍ମଥ ପୂଝାରୀ, କିଶୋର ମାଝୀଙ୍କ ସମେତ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଓ ସଚେତନ ନାଗରିକ ଉପସ୍ଥିତ ଥିଲେ। ଡିଏସପି ମୁକ୍ତି କୁମାର କୁଲୁ ଏଥିରେ ଉପସ୍ଥିତ ଥିବାବେଳେ ନର୍ଲା ଥାନାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୁକ୍ତା ପ୍ରଧାନ, ଏଏସଆଇ ଅବନୀ ରଞ୍ଜନ ଖୁରା, ପ୍ରିୟବ୍ରତ ବେହେରା, ପ୍ରଦୀପ କୁମାର ସେଠୀ, ପଙ୍କଜିନୀ ମାଝୀ, ଦଇମତି ମାଝୀ, ରବିନ୍ଦ୍ର ତାଣ୍ଡି, କେତନ କରୁଆଁ, ନିଳେନ୍ଦ୍ର ପାତ୍ର, ରାହୁଲ ସୁନା, ଖଗେଶ୍ୱର ବାଗ, ସନ୍ତୋଷ ମହାପାତ୍ର, ମୋହନ ଚରଣ ପାତ୍ର, ଡମ୍ବରୁଧର ମାଝୀଙ୍କ ସମେତ ଥାନାର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.