ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସରୋଜ କୁମାର ପ୍ରଧାନୀ): ପବିତ୍ର ଇଦ୍ ପର୍ବ ପାଳନ ପାଇଁ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ପ୍ରସ୍ତୁତି ଜୋରଦାର ହୋଇଛି। ଇଦ୍ ମାସ ଆରମ୍ଭ ହେବା ସହିତ ମୁସଲିମ ଭାଇଭଉଣୀମାନେ ଧାର୍ମିକ କାର୍ଯ୍ୟକ୍ରମ ଓ ପୂଜାପାଠରେ ମଗ୍ନ ହୋଇପଡ଼ିଛନ୍ତି। ଏହି ପବିତ୍ର ମାସରେ ମୁସଲିମ ଧର୍ମାବଳମ୍ବୀମାନେ ଉପବାସ ରଖି ଆଲ୍ଲାହଙ୍କ ପ୍ରାର୍ଥନା କରିଥାନ୍ତି। ଏହି ସମୟରେ ମସ୍ଜିଦଗୁଡ଼ିକରେ ବିଶେଷ ନମାଜ ଓ ଧାର୍ମିକ ଅନୁଷ୍ଠାନ ହେଉଥାଏ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ ରଖି ଲୋକମାନେ ସନ୍ଧ୍ୟାବେଳେ ଇଫତାର କରିଥାନ୍ତି। ଏହା ସହିତ ଗରିବ ଓ ଦୁର୍ବଳ ଲୋକଙ୍କୁ ସହାୟତା କରିବା ପାଇଁ ମଧ୍ୟ ଏହି ମାସରେ ବିଶେଷ ଗୁରୁତ୍ୱ ଦିଆଯାଏ। ଇଦ ପାର୍ଟି ପାଳନ ପାଇଁ ନୂତନ ପୋଶାକ, ମିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟ କିଣିବା ପାଇଁ ଲୋକମାନଙ୍କ ବଜାରରେ ଭିଡ଼ ଦେଖୁବାକୁ ମିଳୁଛି । ଇଦ୍ ପର୍ବକୁ ଭାଇଚାରା ଓ ସମ୍ମିଳନର ପ୍ରତୀକ ଭାବେ ପାଳନ କରାଯାଉଥିବା ବେଳେ ସମସ୍ତଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଯାଉଛି। ଇଦ୍ ଦିନ ସକାଳେ ମସ୍ଜିଦରେ ବିଶେଷ ନମାଜ ପରେ ଲୋକମାନେ ପରସ୍ପରଙ୍କୁ ଆଲିଙ୍ଗନ କରି “ଇଦ୍ ମୁବାରକ” ଜଣାଇ ଖୁସି ବାଣ୍ଟିଥାନ୍ତି। ଏହି ପବିତ୍ର ପର୍ବ ମାନବତା, ଭାଇଚାରା ଓ ଶାନ୍ତିର ସନ୍ଦେଶ ଦେଇଛନ୍ତି ବାଲିଗୁଡା ବିଜେଡି ଜିଲ୍ଲା ସଂଯୋଜକ ଟୁନା ଦାଶ. ବାଲିଗୁଡା ସହର ଏକ ପବିତ୍ର ସହର ଏଠି ସବୁ ଧର୍ମ ର ଲୋକ ଆନନ୍ଦ ଉଲ୍ଲାସରେ ଇଦ ପାଳନ କରିଥାନ୍ତି ବୋଲି କହିଛନ୍ତି ଜିଲ୍ଲା ବିଜେଡି ସମ୍ପାଦକ ପ୍ରମୋଦ ସାହୁ. ଅନ୍ୟମାନଙ୍କ ମଧ୍ୟରେ ରାମେଶ୍ୱର ପାଣିଗ୍ରାହୀ, ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।




