ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ସ୍ଥିତ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିବା ଖେଲୋ ଇଣ୍ଡିଆ ତାଲିମ କେନ୍ଦ୍ର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଲାଞ୍ଜିଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ-୨ ଅଧକ୍ଷ ଉମାକାନ୍ତ ବେଣୁପାଣି,ତିରନ୍ଧାଜ କୋଚ୍ ସୀମାଞ୍ଚଳ କାଟ୍ରାକା ଓ ଶମ୍ଭୁନାଥ ପରିଡା, ଏଥେଲେଟିସ କୋଚ୍ ସମିର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଲାଞ୍ଜିଗଡ଼ ଖେଲୋଇଣ୍ଡିଆ କେନ୍ଦ୍ରର ପ୍ରଶିକ୍ଷିକା ଦୋଲେଶ୍ୱରୀ ମାଝୀଙ୍କ ତତ୍ତ୍ୱାବଧାନରେ ଆଜିର ଏହି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦୦ ଶହରୁ ଉର୍ଦ୍ଧ୍ବ ଛାତ୍ରୀ ଭାଗ ନେଇଥିଲେ।ଶାରୀରିକ ଫିଟନେସ,ପୋଷଣ ଏବଂ ମାନସିକ ସ୍ୱଚ୍ଛତା ସକାଶେ ସାମୁହିକ ଯୋଗ ଅଧିବେଶନ ବିଷୟରେ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ମାଟିର ସଫଳତା ପାଇଁ ଏହି ଛାତ୍ରୀ ମାନେ ଗୋଟିଏ ଗୋଟିଏ ପ୍ରମୁଖ ଅଂଶ ବିଶେଷ ସୁତରାଂ ଏମାନଙ୍କ ଜୀବନ ଧାରରେ ଏକ ବିରାଟ ପରିବର୍ତ୍ତନ ଆଣିବା ସହିତ ଏମାନଙ୍କୁ ସଶକ୍ତିକରଣ କରିବାର ଧାରା ଆମେ ଜାରି ରଖିଛୁ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପାଢ଼ୀ ନିଜର ମତ ପ୍ରକାଶ କରିଛନ୍ତି।




