ଆଇନ ମନ୍ତ୍ରୀ ଓ ପୁରୀ ସାଂସଦଙ୍କ ଯୋଗଦାନ: ନୂତନ ମଣ୍ଡପ ଓ ପ୍ରବେଶ ଦ୍ଵାର ନିର୍ମାଣର ଶୁଭ ଉଦଘାଟନ
ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଆଜି ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଳାଦ୍ରୀ ପ୍ରସାଦ ପଞ୍ଚାୟତର ଧୂଆଁନଳୀ ସ୍ଥିତ ମା’ ତାରିଣୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ବିଶ୍ୱଶାନ୍ତି ଗୀତା ମହାଯଜ୍ଞରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ମାନ୍ୟବର ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ ପାତ୍ର ଯୋଗଦେଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଜଗତକଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛନ୍ତି। ଏହି ଅବସରରେ ମା’ ତାରିଣୀ ଦେବୀଙ୍କ ପୀଠରେ ନୂତନ ମଣ୍ଡପ ଓ ପ୍ରବେଶ ଦ୍ଵାର (ଗେଟ୍) ନିର୍ମାଣ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ। ଏହି ପବିତ୍ର ପୀଠର ଉନ୍ନତି ଭକ୍ତମାନଙ୍କ ପାଇଁ ଅଧିକ ସୁବିଧା ସୃଷ୍ଟି କରିବା ସହ ଅଞ୍ଚଳର ଧାର୍ମିକ ପରିବେଶକୁ ଆହୁରି ସୁଦୃଢ଼ କରିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଆଶାବ୍ୟକ୍ତ କରିଛନ୍ତି।ଏହି ଅବସରରେ ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ ପାତ୍ର, ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ଭେଟେଶ୍ବର ଗ୍ରା:ପର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ, ବରିଷ୍ଠ ବିଜେପି ନେତା ଶ୍ରୀ ଜିତେନ୍ଦ୍ର କୁମାର ଭୋଳ,ନିଳାଦ୍ରୀପ୍ରସାଦ ଗ୍ରାମ ପଞ୍ଚାୟତର ଦଳୀୟ ପଦାଧିକାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।




