ବିଧବା-ଭିନ୍ନକ୍ଷମ ମହିଳା ଜାଗିଆମ୍ମାଙ୍କ ଅସହ୍ୟ ବେଦନା 

ଓଡ଼ିଆ ବାର୍ତ୍ତା/ କୋଲନରା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ବାଡିସଲା ଗ୍ରାମର ଜାଗିଆମ୍ମା ଜଣେ ବିଧବା ମହିଳା ସହ ସେ ଜଣେ ଭିନ୍ନକ୍ଷମ । ସ୍ୱାମୀ ଚାଲିଗଲା ପରେ ନିଜର ବୋଲି କେହି ନାହାନ୍ତି । ଜାଗିଆମ୍ମା କହିଛନ୍ତି ମୁଁ ଜଣେ ଭିନ୍ନକ୍ଷମ ହୋଇଥିବାରୁ ମୋତେ ଅନେକ ଅସୁବିଧା ହୋଉଛି । ମୁଁ ଭିନ୍ନକ୍ଷମ ଯୋଗୁଁ ପଞ୍ଚାୟତ ରେ ମିଳୁଥିବା ଖାଦ୍ୟ ସୁରକ୍ଷା ଯୋଜନା ର ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ ପାରୁନାହିଁ । ତେଣୁ ଦିନେ ଦୁଇ ଦିନ ଭୋକିଲା ରହିବାକୁ ପଡୁଛି ବୋଲି କହିଛନ୍ତି । ଯୋଉ ପାଞ୍ଚ କେଜି ଚାଉଳ ଦେଉଛନ୍ତି ସେଇ ପାଞ୍ଚ କେଜି ଚାଉଳ ମାସରେ ଖାଇବା କୁ ପାଉନି । ମୁ ତ ନିଜେ ଭିନ୍ନକ୍ଷମ କୁଲି ଭୁତି କରିପାରିନାହିଁ ତଥାପି ସରକାର ମୋ କଥା ବୁଝୁନାହିଁ । ମୁଁ କେତେବେଳେ ଅନାହାର ମୃତ୍ୟୁ ବରଣ କରିବି ନିଜେ ଜାଣିନାହିଁ ଏଥିପାଇଁ ସ୍ଥାନୀୟ ସରପଞ୍ଚ, ଗ୍ରାମ ସେବକ, ବିଡ଼ିଓ ଦାୟି ରହିବେ ବୋଲି କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଥିଲେ ଜାଗିଆମ୍ମା । ଏ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀବନ ଜେନା ଓ ବାଙ୍କିଲି ଗ୍ରାମ ପଞ୍ଚାୟତ ସରପଞ୍ଚ କୁନି ମାଣ୍ଡାଙ୍ଗିଙ୍କ ମତାମତ ନେବାରୁ – ଆମେ ପଞ୍ଚାୟତ ସମିତି କୋଲନରା ର ଅଧିକାରୀ ଙ୍କୁ ଅବଗତ କରେଇବୁ ବୋଲି କହିଥିଲେ । ତେବେ ଏହି ସମସ୍ୟା କୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ସମାଧାନ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.