ଶିକ୍ଷାବିତ କେଶରୀ ଶବରଙ୍କ ଦେହାନ୍ତ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମହଗାଁର ଅବସରପ୍ରାପ୍ତ ଶିକ୍ଷକ, ନାଟ୍ୟକାର ତଥା କବି କେଶରୀ ଶବରଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିବା କେଶରୀ ଶବର ଶନିବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବସିଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ମହଗାଁ ଓ ମାଟିଆ ସ୍କୁଲରେ ଶିକ୍ଷାଦାନ କରିଥିଲେ। ଜଣେ ସଫଳ ନାଟ୍ୟକାର ଭାବେ ସୁପରିଚିତ ସ୍ବର୍ଗତ କେଶରୀ ଶବର ୫୦ରୁ ଉର୍ଦ୍ଧ୍ୱ ନାଟକ ରଚନା ସହ ନିର୍ଦ୍ଦେଶନା ଦେଇଥିଲେ। ସେ ଶବର ସମାଜର ସମ୍ପାଦକ ଭାବେ ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ। ସୁନାମୂଖି ଶାନ୍ତିବନର ସୁରକ୍ଷା ସହ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି ସମାଜର ବହୁବିଧ ଉନ୍ନତିରେ ସହଭାଗୀ ହୋଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ଚାରି ପୁଅ ରମେଶ, ରାଜେନ୍ଦ୍ର, ରଜନୀ, ରଞ୍ଜିତ, ଚାରି ବୋହୁ, ନାତି ନାତୁଣୀ, ନାତୁଣୀ ଜ୍ବାଇଁ ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ। ମହଗାଁ ମାଟିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଚାରି ପୁଅ ମୁଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ,  କୁଣ୍ଡାବନ୍ଧ ସମିତି ସଭ୍ୟ ତଥା ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ପୂର୍ବତନ ସମିତି ସଭ୍ୟ ଗଜିନ୍ଦ୍ର ଶବର, କେସିଙ୍ଗା ବ୍ଲକ ଶବର ସମାଜ ସଭାପତି ମୋହନ ଶବର, ସରିଆଁର ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ଶବର, ଓ୍ବାର୍ଡ ସଭ୍ୟ ହାରାବତୀ ଶବର ଓ କୃପାସିନ୍ଧୁ ଶବରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.